www.samajalive.in
Wednesday, December 10, 2025
16.1 C
Bhubaneswar

ବୌଦ୍ଧ ମହୋତ୍ସବ ଉଦଯାପିତ

ବୌଦ୍ଧ: ଦୀର୍ଘ ୫ ଦିନ ବୌଦ୍ଧ ସହରର କଚେରୀ ପଡ଼ିଆ ଠାରେ ପରାମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ଚାଲିଥିବା ବୌଦ୍ଧ ମହୋତ୍ସବ ପଲ୍ଳୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନି ଦିବସର ସନ୍ଧ୍ୟାରେ ଆୟାଜିତ ସଭାରେ ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲିକ ଯୋଗଦେଇ ଅନେକ ପ୍ରାଚୀନ କିର୍ତ୍ତୀରାଜି ଓ ପର୍ଯ୍ୟଟନସ୍ଥଳୀରେ ଭରପୁର ବୌଦ୍ଧଜିଲାରେ ସମସ୍ତ ସଂସ୍କୃତିର ସମାହାର ଘଟିଛି ବୋଲି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥିଭାବେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ଯୋଗଦେଇ ଏହି ଜିଲାକୁ ସାରା ରାଜ୍ୟରେ ଏକ ବିକଶିତ ଜିଲା ଭାବେ ଗଢି ତୋଳିବା ପାଇଁ ଆମ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦ ରହିଥିବା କହିଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ବୌଦ୍ଧର ପୁର୍ବତନ ଜିଲାପାଳ ମଧୁସୁଦନ ମିଶ୍ର ଯୋଗଦେଇ ଜିଲାରେ ବାକାଶ ପ୍ରକ୍ରିୟା ଜାରି ରହିଥିବାବେଳେ ନିଜ ସମୟରେ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିଥିବା ପ୍ରକାଶ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗିତ ପରିବେଷଣ କରିଥିଲେ। ଉଦଯାପନୀ ସଭାରେ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଂଜନ ମଦନ ମୋହନ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରାଣୀଧନ ସମ୍ବଳ ବିକାଶ ବିଭାଗର ଡ. ପ୍ରିୟବ୍ରତ ବେହେରା ଧନ୍ୟବାଦ ପ୍ରଦାନ ଓ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ବୌଦ୍ଧର ପ୍ରଣାମ ଅନୁଷ୍ଠାନ ପକ୍ଷରୁ ଓଡିଶୀ, ନୁଆପଡ଼ା ଜିଲାର ବଜାସାଲ , ବୌଦ୍ଧର ଆର୍ଟିଷ୍ଟ ଏସୋସିଏସନ ପକ୍ଷରୁ ସମ୍ବଲପୁରୀ, ଭାବାନୀପାଟଣାର ସର୍ବେଶ୍ୱର ଭୋଇ ଓ ସାଥି କଳାକାରଙ୍କ ଦ୍ୱାରା ଲୋକନୃତ୍ୟ, ହରଭଙ୍ଗା ବାବା ଚମ୍ପେଶ୍ୱର କଳାପରିଷଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, କୋରାପୁଟର କଳାବିକାଶ କେନ୍ଦ୍ର ପକ୍ଷରୁ ଢେମସା ନୃତ୍ୟ ଏବଂ ବୌଦ୍ଧର ମାଧବ ଓ ସାଥିଙ୍କ ଦ୍ୱାରା ସମ୍ବଲପୁରୀ ମେଲୋଡି ପରିବେଷିତ ହୋଇଥିଲା। ଏଥର ୧୬୦ ଗୋଟି ଷ୍ଟଲ ଖୋଲାଯାଇଥିବାବେଳେ ସେଥିମଧ୍ୟରେ ହସ୍ତଶିଳ୍ପ ୨୫ଗୋଟି ପଲ୍ଳିଶ୍ରୀ ୭୫ ଗୋଟି , ବିଭନ୍ନ ବିଭାଗୀୟ ଷ୍ଟଲ ୩୦ ଗୋଟି , ଖାଦ୍ୟ ଷ୍ଟଲ ୨୦ଗୋଟି ଓ ଅନ୍ୟ ଷ୍ଟଲ ମଧ୍ୟ ପ୍ରର୍ଦଶିତ ହୋଇଥିଲା। ପ୍ରଦର୍ଶିତ ଷ୍ଟଲଗୁଡିକ ମଧ୍ୟରୁ ଗୁଣବତା ସମାଗ୍ରୀ (ଟସର) ବିକ୍ରି ପାଇଁ ଯାଜପୁର ଜିଲା ଶ୍ୟାମସୁନ୍ଦରପୁର ସ୍ୱୟଂସହାୟକ ଗୋଷ୍ଠି, ଶ୍ରେଷ୍ଠ ବିକ୍ରତା ଭାବେ ଜୟଶ୍ରରାମ ସ୍ୱୟଂସହୟକ ଗୋଷ୍ଠି ପୁରୀ (ପଟ୍ଟଚିତ୍ର), ସୁନ୍ଦର ହସ୍ତକଳା ପାଇଁ ମୟୁରଭଂଜ ଜିଲାର ସବାଇ କ୍ରାପ୍ଟ , ଅଧିକ ବିକ୍ରି ପାଇଁ ରାଧା ଦାମୋଦର ପ୍ରଡକ୍ଟ ଗ୍ରୁପ (ଅଗରବତୀ) ଢେଙ୍କାନାଳ ଓ ଶ୍ରେଷ୍ଠ ପ୍ରଦର୍ଶନ ପାଇ ବୌଦ୍ଧଜିଲା ଜଳଛାୟା ପ୍ରକଳ୍ପ କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories