www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀଜଗନ୍ନାଥ ରଥ ପରିକ୍ରମା ଉତ୍ସବ ପାଳନ ପ୍ରସ୍ତୁତି ବୈଠକ

ଚୌଦ୍ୱାର: ଚୌଦ୍ୱାର ପୌର ପରିଷଦ ତରଫରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମନ୍ତେ ଚୌଦ୍ୱାର ସହରରେ ଶ୍ରୀ ଜଗନ୍ନାଥ ରଥ ପରିକ୍ରମା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌରଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ପୌରୋହିତ୍ୟରେ ପୌର ସଭାଗୃହରେ ଆୟୋଜିତ ଏହି ବୈଠକରେ ବିଧାୟକ ସୌଭକ୍‌‌ ବିଶ୍ୱାଳ ଯୋଗଦେଇ ଏହି ରଥ ସହରର ପ୍ରତ୍ୟେକ ୱାର୍ଡରେ ଯେଭଲି ପବିତ୍ରତାର ସହ ଶାନ୍ତିପୂର୍ଣ୍ଣ ଭାବେ ପରିକ୍ରମା କରିବ ଏବଂ ସମସ୍ତ ନଗରବାସୀ ଏହାକୁ ଦର୍ଶନ କରିବେ ସେ ଦିଗରେ ସମସ୍ତ ପ୍ରସ୍ତୁତି କରିବା ପାଇଁ ସମସ୍ତ ପାରିଷଦ ମାନଙ୍କୁ ଅନୁରୋଧ କରିଥିଲେ। ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ରଥ ପରିକ୍ରମା ବିଷୟରେ ଆଲୋଚନା କରି ଚଳିତ ମାସ ୧୦ ତାରିଖ ଦିନ ଚାରବାଟିଆ ହାଉସିଂବୋର୍ଡ଼ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ରଥ ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହିତ ୧୭ ତାରିଖରେ ଏହି କାର୍ଯ୍ୟକ୍ରମ ଶେଷ ହେବ ବୋଲି ପ୍ରକାଶ କରିଥିଲେ। ପରିକ୍ରମା ସମୟରେ ଶ୍ରଦ୍ଧାଳୁ ମାନଙ୍କ ଠାରୁ ଚାଉଳ ଏବଂ ଗୁଆ ସଂଗ୍ରହ କରାଯିବ ଏବଂ ସଂଗୃହିତ ପବିତ୍ର ଚାଉଳ ଓ ଗୁଆକୁ ପୁରୀ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ। ପୌର ଉପାଧ୍ୟକ୍ଷ ବିଜେଡ଼ି ଜିଲ୍ଲା ଉପ ସଭାପତି ଶୁଭେନ୍ଦୁ ସାମଲ, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ଏମ୍‌‌.ଇ ପତିତ ପାବନ ପଟ୍ଟନାୟକ, ଇଂ ଶୁଭଶ୍ରୀ ନାୟକ, ଇ. ଶୁଭଶ୍ରୀ ବେହେରା, ସଂଜୟ କୁମାର ବେହେରା, ରାଜ୍ୟ ବିଜେଡ଼ି ଯୁଗ୍ମ ସମ୍ପାଦକ ଅର୍ଜୁନ ପଣ୍ଡା, ନଗର କାର୍ଯ୍ୟକାରୀ ସଭାପତି ବିମଳ କୁମାର ବେଉରା, ସମସ୍ତ କାଉନସିଲର ଓ ପୌର କର୍ମଚାରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories