www.samajalive.in
Thursday, December 11, 2025
18.1 C
Bhubaneswar

କଲ୍ୟାଣସିଂହପୁର ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ସିଆରପିଏଫ ଇ୪ର୍ଥ ବାଟାଲିୟନ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଶିବିର ସ୍ଥାନୀୟ କ୍ୟାମ୍ପ ପରିସରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଚତୁର୍ଥ ବାଟାଲିୟନ ସିଆରପିଏଫ କମାଣ୍ଡାଣ୍ଟ ମନୋଜ କୁମାର ୟାଦବ, କଲ୍ୟାଣସିଂହପୁରର ଅତିରିକ୍ତ କମାଣ୍ଡେଣ୍ଟ ଡି କ୍ରିଷ୍ଣ। ରାଓ, ଜିଲ୍ଲା ପରିଷଦ ସଭ୍ୟ ବି ଭି ପ୍ରସାଦ ରାଓ, ଅବସର ପ୍ରାପ୍ତ ଶିକ୍ଷକ ଭି ସୁର୍ଯ୍ୟ ପ୍ରକାଶ ରାଓ, ଦେବଗିରି କଲେଜ ଅଧକ୍ଷ ଯୋଗେଶ ଗରଡ଼ା, ଥାନା ଅଧିକାରୀଣି ସୁମନ୍ତି ମହାନ୍ତି ଯୋଗ ଦେଇଥିଲେ। ଅଞ୍ଚରେ ସ୍ଵଚ୍ଛତା ପରିବେଶ, ସୁରକ୍ଷା ବଳ, ଅନୁନ୍ନତ ଗରିବ ଶ୍ରେଣୀ ଓ ନିୟମଗିରି ଅଞ୍ଚଳରେ ଥିବା ବିରଳ ଜନଜାତି ଡ଼ଙ୍ଗରିଆଙ୍କ ସୁସମ୍ପର୍କ ଜନ ହିତକର କାର୍ଯ୍ୟକ୍ରମରେ ସମସ୍ତେ ବିଭିନ୍ନ ସମୟରେ ଜନହିତରେ କିପରି କାର୍ଯ୍ୟରେ ଆସିବେ ବୋଲି ସଚେତନା ସୃଷ୍ଟି କରବା ପାଇଁ କମାଣ୍ଡାଣ୍ଟ ୟାଦବ ପ୍ରକାଶ କରିଥିଲେ। ସେହିପରି ଦେବଗିରି ମହାବିଦ୍ୟାଳୟ ଓ କାଣସୁର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିୟମଗିରି ଡଙ୍ଗରିଆ ଓ ଆଖପାଖ ଅଞ୍ଚଳର ଗରିବ ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ କ୍ୟାମ୍ପ ତରଫରୁ ୧୪୩ ଜଣଙ୍କୁ କମ୍ବଳ ବଣ୍ଟନ କରିଥିଲେ।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories