www.samajalive.in
Wednesday, December 10, 2025
18.1 C
Bhubaneswar

କଳାହାଣ୍ଡିର ୧୪ ଜଣ ଫୁଟବଲ ଖେଳାଳିଙ୍କ ମିରଟ ଗସ୍ତ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୧୪ ଜଣ ଫୂଟବଲ ପ୍ରତିଯୋଗୀଙ୍କ ଉତ୍ତରପ୍ରଦେଶର ମିରଟ ଗସ୍ତ କରିଛନ୍ତି। ଉତ୍ତରପ୍ରଦେଶର ମିରଟ ଡିଏଭି ସେଣ୍ଟ୍ରାଲ ପବ୍ଲିକ ସ୍କୁଲ ଠାରେ ଜାନୁଆରୀ ୭ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଦୁଇଦିନ ହେବାକୁ ଥିବା ଡିଏଭି ଜାତୀୟ ଖେଳ ଫୂଟବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗୁରୁବାର ମିରଟ ଗସ୍ତ କରିଛନ୍ତି। ଏହି ପ୍ରତିଯୋଗୀ ମାନେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୧୪ ଜଣ ପ୍ରତିଯୋଗୀ ରହିଛନ୍ତି। ଏହି ଖେଳାଳି ମାନେ ଗତ ନଭେମ୍ବର ୬ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦୁଇଦିନ ହେବାକୁ ଥିବା ଡିଏଭି ଜାତୀୟ ଖେଳ – ୨୦୨୩ (ଜୋନାଲ ସ୍ତରୀୟ) ଫୂଟବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ୧୪ ଜଣ ଫୂଟବଲ ପ୍ରତିଯୋଗୀ ତାଳଚେର ଗସ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ୭ ଗୋଟି ଡିଏଭି ବିଦ୍ୟାଳୟର ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗୀ ମାନେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ନଭେମ୍ବର ୬ ତାରିଖ ପ୍ରଥମ ଦିନ ପ୍ରଥମ ପର୍ଯ୍ୟାୟରେ ଡିଏଭି ପାରାଦୀପ ଇଫକୋ ସହିତ କ୍ୱାଟର ଫାଇନାଲ ଖେଳି ଡିଏଭି ପାରାଦୀପକୁ ୨-୦ ଗୋଲରେ ପରାଜୟ କରି ଡିଏଭି ଲାଞ୍ଜିଗଡ ସେମି ଫାଇନାଲକୁ ଯାଇଥିଲେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଡିଏଭି କଟକ ଏଲ୍ଆର ସହିତ ସେମି ଫାଇନାଲ ଖେଳି ଡିଏଭି କଟକ ଏଲ୍ଆର କୁ ୩-୦ ଗୋଲରେ ପରାଜୟ କରି ଡିଏଭି ଲାଞ୍ଜିଗଡ ଫାଇନାଲକୁ ମନୋନିତ ହେଇଥିଲେ। ୭ ତାରିଖ ଦ୍ୱିତୀୟ ଦିନରେ ଚନ୍ଦ୍ରଶେଖରପୁର ଡିଏଭି ସହିତ ଫାଇନାଲ ଖେଳି ୨-୦ ଗୋଲରେ ଡିଏଭି ଚନ୍ଦ୍ରଶେଖରପୁରକୁ ପରାଜୟ କରି ଲାଞ୍ଜିଗଡ ବେଦାନ୍ତ ଡିଏଭି ଆନ୍ତର୍ଜାତୀୟ ବିଦ୍ୟାଳୟ ଚମ୍ପିୟାନ ହେଇ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନିତ ହେଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ନେତୃତ୍ୱରେ ଖେଳ ଶିକ୍ଷକ ଜିତେନ୍ଦ୍ର କୁମାର ବାରିକଙ୍କ ସହିତ ଏହି ପ୍ରତିଯୋଗୀ ମାନେ ଜାତୀୟ ସ୍ତରୀୟ ପାଇଁ ଗସ୍ତ କରିଛନ୍ତି। ଗୁରୁବାର ସେମାନେ ଡିଏଭି ପ୍ରତିଯୋଗୀ ପାଇଁ ଗସ୍ତ କରିଥିବା ବେଳେ ବେଦାନ୍ତ ଆଲୁମିନା ସିଇଓ ପ୍ରଣବ ଭାଟାଚାର୍ଯ୍ୟ, ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ଵିଭୂଦେନ୍ଦୁ ପଣ୍ଡା, ଲାଞ୍ଜିଗଡ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ଅଧ୍ୟକ୍ଷ ସଦାନନ୍ଦ ହୋତା ଓ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories