www.samajalive.in
Sunday, December 14, 2025
15.1 C
Bhubaneswar

କାଟୁ କରୁନି କୋଟପା ଆଇନ ; ଖୁଲମ ଖୁଲା ଚାଲିଛି ଗୁଟଖା ବିକ୍ରୀ

ହରଭଙ୍ଗା : ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ଅଣସଂକ୍ରାମକ ରୋଗରେ ଅକାଳରେ ମଣିଷର ଜୀବନ ଚାଲିଯାଉଛି। ବହୁ ସମୟରେ ପରିବାର ରୋଜଗାରିଆଙ୍କ ଅକାଳ ବିୟୋଗ ପରେ ଗୋଟିଏ ଗୋଟିଏ ପରିବାର ତଳିତଳାନ୍ତ ହୋଇଯାଉଛି। ତମାଖୁ ବିଶେଷକରି ଗୁଟଖା ବିକ୍ରୀ ଉପରେ କଟକଣା କରାଯାଇଛି। ମାତ୍ର ଗୁଟଖା ବିକ୍ରୀ ଖୁଲମ ଖୁଲା ଚାଲିଥିବା ଦେଖିବାକୁ ମିଳୁଛି। ଏ ଦିଗରେ ସଚେତନତା ସାଙ୍ଗକୁ ମିଳିତ ଚଢାଉ ପରେ ଅବସ୍ଥା ସୁଧୁରିବା ନାଁ ଧରୁନି। ଯାହା ଫଳରେ ତମାଖୁ ମୁକ୍ତ ଜିଲ୍ଲା ଗଠନ ଉପରେ ଏହା ବଡପ୍ରଶ୍ନବାଚୀ ସୃଷ୍ଟିକରିଛି।
ପ୍ରକାଶ ଯେ ୨୦୦୩ ମସିହାରେ କୋଟପା ଆଇନରେ ଗୁଟଖା ବିକ୍ରୀ ଉପରେ କେତେକ କଟକଣା ଲାଗୁ କରାଯାଇଥିଲା। ଏହି ନିୟମକୁ ୨୦୧୮ ମସିହାରେ କଡାକଡି ଭାବେ ପାଳନକରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଗଲା। ମାତ୍ର ଏହି ଆଇନ ବୌଦ୍ଧ ଜିଲ୍ଲାରେ କଡାକଡି ଭାବେ ପାଳନ ହେଉ ନଥିବାରୁ ଗୁଟଖା ବିକ୍ରୀ ବୃଦ୍ଧି ପାଉଛି। ଗାଁ ,ଗହଳି, ହାଟ, ବଜାର, ସହର ଗଳି କନ୍ଦିରେ ପାନ ଦୋକାନ ଠାରୁ ଆରମ୍ଭକରି ବିଭିନ୍ନ ଗ୍ରୋସରୀ ଦୋକାନଗୁଡିକରେ ଖୋଲମଖୁଲା ମାଳ ମାଳ ଗୁଟଖା ବିକ୍ରୀ ହେଉଛି।କମ୍ପାନୀ ମାନେ ମଧ୍ୟ ଅବାଧରେ ଏହାକୁ ବିକ୍ରୀ କରିବାକୁ ସାହସ କରୁଛନ୍ତି। ବଜାରରେ ସହଜରେ ଗୁଟଖା ମିଳି ଯାଉଥିବାରୁ ଛୋଟଛୁଆ, ଯୁବକ , ବୟସ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ଗୁଟଖା ନିଶାରେ କବଳିତ ହୋଇପଡୁଛନ୍ତି। ଏପରିକି କମ୍ପାନୀ, ଡିଲର ,ହୋଲସେଲରଙ୍କ ଉପରେ ଚଢାଉ କରାଯିବା ବଦଳରେ ନିୟମ ପାଳନ ଉଦେଶ୍ୟରେ ୨/୩ ମାସରେ ଥରେ ଥରେ କିଛି ସ୍ଥାନରେ ଅବକାରୀ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ,ଖାଦ୍ୟ ସୁରକ୍ଷା ଓ ନିରାପତା ବିଭାଗ ପକ୍ଷରୁ ଚଢାଉ କରି କେବଳ ବିଧି ପାଳନ କରାଯାଉଥିବା ଦେଖିବାକୁ ମିଳୁଛି।
କୋଟପା ଆଇନରେ ଶିକ୍ଷାନୁଷ୍ଠାନ ଠାରୁ ଶହେ ଗଜ (୯୧ମିଟର) ଦୂର ମଧ୍ୟରେ କୌଣସି ତମାଖୁ ବିକ୍ରୀ କରିବାର ନିୟମ ନାହିଁ। ଏହା ଛଡା ୧୮ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଏହା ବିକ୍ରୀ କରିବା ସମ୍ପୂର୍ଣ୍ଣ ବେଆଇନ ଅଟେ। ଏହି ନିୟମକୁ ଉଲ୍ଲଘଂନ କରୁଥିବା ବ୍ୟବସାୟିକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ମାତ୍ର ୨ ଶହଟଙ୍କା ଜୋରିମାନା ଆଦାୟ କରାଯାଇ କୋଟପା ଆଇନର ବିଧି ପାଳନ କରାଯାଉଛି। ଏହାଦ୍ୱାରା ଜିଲ୍ଲାରେ ଗୁଟଖାର ଖୁଲମ ଖୁଲା ବିକ୍ରୀକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଉ ଥିବା ବେଳେ ଢିଲା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହାର ବିକ୍ରୀ ଚାହିଦା ବୃଦ୍ଧି ପାଉଛି। ବେଳ ଥାଉ ଥାଉ ଏ ଦିଗରେ ସର୍ତକତାର ସହ କଡାକାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବି ମହଲରେ ଦାବୀହେଉଛି। ଏ ସର୍ମ୍ପକରେ ବୌଦ୍ଧ ଜନସ୍ୱାସ୍ଥ୍ୟ ବିଭାଗର ଅଣ ସଂକ୍ରାମକ ରୋଗ ପରାମର୍ଶଦାତା ଆଲୋକ ମିଶ୍ରଙ୍କୁ ପଚାରିବାରୁ ତମାଖୁ ମୁକ୍ତ ଜିଲ୍ଲା ଗଠନ ଉପରେ ଆମର ସଚେତନତା ଜାରି ରହିଛି।ବହୁ ସ୍ଥାନରେ କୋଟପା ଚଢାଉ କରାଯାଇ ଦୋକାନୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। ବିଶେଷକରି ସ୍କୁଲ ,କଲେଜ ଭଳି ଶିକ୍ଷାନୁଷ୍ଠାନ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ସହିତ ପଂଚାୟତସ୍ତରରେ ସଚେତନତା ପାଇଁ ପଂଚାୟତ ପ୍ରତିନିଧିଙ୍କୁ ସଚେତନତା କରାଯାଉଛି। ଏପରିକି ତମାଖୁ ବର୍ଜ୍ଜନ କରିବା ପାଇଁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ନିକୋଟିନ୍ ଗମ ବା ଚୁଇଗମ ବ୍ୟବସ୍ଥା ସହିତ ଏହାର ଚିକିତ୍ସା ପାଇଁ ଡାକ୍ତର ନିୟୋଜିତ କରାଯାଇଛି। ଆଗକୁ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ସହିତ ତମାଖୁ ମୁକ୍ତ ଜିଲ୍ଲା ଗଠନ ପାଇଁ ଆମର ପ୍ରୟାସ ଜାରି ରହିଥିବା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories