www.samajalive.in
Sunday, December 14, 2025
26.1 C
Bhubaneswar

ସଠିକ୍‌‌ ସମୟରେ ନଖାଇବାର ଅଭ୍ୟାସ ଅଛି କି? ହେବ ହାର୍ଟ ଆଟାକ୍‌‌!

ଅଧିକାଂଶ ଲୋକେ ନିଜର କର୍ମବ୍ୟସ୍ତତା ଓ ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ସଠିକ୍‌‌ ସମୟରେ ଭୋଜନ କରନ୍ତି ନାହିଁ। ସେହିପରି ଅନେକ ଲୋକଙ୍କର ବିଳମ୍ବିତ ରାତିରେ ଭୋଜନ କରିବାର ଅଭ୍ୟାସ ରହିଛି। ବିଳମ୍ବରେ ଭୋଜନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମାତ୍ର ଏହା କେତେ କ୍ଷତିକାରକ ତାହା ହୁଏତ ସଭିଏଁ ଜାଣିନଥିବେ। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ସଠିକ୍‌‌ ସମୟରେ ଭୋଜନ ନକରିବା ଦ୍ୱାରା ହୃହଘାତ(ହାର୍ଟ ଆଟାକ୍‌‌)ର ସମ୍ଭାବନା ଅଧିକ ବୃଦ୍ଧି ପାଇଥାଏ। ଅଳ୍ପ ନୁହେଁ ବରଂ ଏହି ସମ୍ଭାବନା ୬ ପ୍ରତିଶତ ବୃଦ୍ଧି ପାଇଥାଏ। ଜାଣନ୍ତୁ..
ଆପଣ ଜାଣି କରି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଅଧିକାଂଶ ଲୋକଙ୍କ ମୃତ୍ୟୁର କାରଣ ଭୁଲ ସମୟରେ ଭୁଲ ଖାଦ୍ୟର ସେବନ।
୨୦୨୯ରେ ପ୍ରାୟ ୧.୮୬ କୋଟି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ଲକ୍ଷ ଲୋକଙ୍କ ମୃତ୍ୟୁ କେବଳ ଖାଦ୍ୟ ପାଇଁ ହୋଇଛି। ଅର୍ଥାତ ସଠିକ ସମୟରେ ଖାଦ୍ୟ ନ ଖାଇବା ଓ ସନ୍ତୁଳିତ ଖାଦ୍ୟକୁ ନିଜ ଜୀବନଶୈଳୀରେ ସାମିଲ ନକରିବା ଦ୍ୱାରା ମାରାତ୍ମକ ରୋଗର କାରଣ ପାଲଟିଥାଏ।
ଅଧ୍ୟୟନ ଅନୁଯାୟୀ, ଦିନର ପ୍ରଥମ ଭୋଜନ ବିଳମ୍ବରେ କରିବା ଦ୍ୱାରା ହୃଦୟ ଜନିତ ରୋଗର ସମ୍ଭାବନା ଅଧିକ ବଢାଇଥାଏ। ଏହା ଅଳ୍ପ ନୁହେଁ ବରଂ ପ୍ରତି ଘଣ୍ଟାରେ ୬ ପ୍ରତିଶତ ବୃଦ୍ଧି ପାଇଥାଏ। ସଠିକ ସମୟରେ ଖାଦ୍ୟ ସେବନ କରୁଥିବା ବ୍ୟକ୍ତିବିଶେଷଙ୍କ ତୁଳନାରେ ୧ ଘଣ୍ଟା ବିଳମ୍ବରେ ଖାଉଥିବା ବ୍ୟକ୍ତିବିଶେଷଙ୍କର ହୃଦଘାତର ସମ୍ଭାବନା ୬ ପ୍ରତିଶତ ଅଧିକ ଥାଏ।
ରାତି ଖାଦ୍ୟ ୮ଟା ବେଳେ ସେବନ କରୁଥିବା ବ୍ୟକ୍ତିବିଶେଷଙ୍କ ତୁଳନାରେ ବିଳମ୍ବିତ ରାତିରେ ସେବନ କରୁଥିବା ବ୍ୟକ୍ତିବିଶେଷଙ୍କ ହୃଦଘାତ ସମ୍ଭାବନା ୬ ପ୍ରତିଶତ ବୃଦ୍ଧି ପାଇଥାଏ। ଅଧ୍ୟୟନରେ ସାମିଲ ହୋଇଥିବା ଲୋକଙ୍କ ଭୋଜନର ଶୈଳୀ ଓ ସମୟ ସହ ହୃଦଘାତ ମଧ୍ୟରେ ଥିବା ସମ୍ବନ୍ଧକୁ ଜାଣିବା ପାଇଁ ୧୦୩,୩୮୯ ଜଣଙ୍କ ତଥ୍ୟ ନିଆଯାଇଥିଲା।
ଅଧ୍ୟୟନ ଅନୁଯାୟୀ, ଦିନର ପ୍ରଥମ ଖାଦ୍ୟ (ଜଳଖିଆ) ସକାଳ ୮ଟା, ମଧ୍ୟାହ୍ନ ଭୋଜନ ୧୨ଟାରୁ ୧ଟା ମଧ୍ୟରେ, ସନ୍ଧ୍ୟା ବେଳର ଜଳଖିଆ ୫ଟା ଓ ରାତ୍ରିି ଭୋଜନ ୮ଟାରେ ସେବନ କରିବା ଉଚିତ। ପ୍ରତି ଖାଦ୍ୟ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟର ବ୍ୟବଧାନ ରହିବା ଉଚିତ୍‌‌। ଏପରି କରିବା ଦ୍ୱାରା ଆବଶ୍ୟକତା ଠାରୁ ଅଧିକ ଭୋଜନ କରନ୍ତି ନାହିଁ। ଫଳରେ ମୋଟାପଣ ବୃଦ୍ଧି ହୋଇନଥାଏ। କିଛି ଲୋକେ ଖାଦ୍ୟ ଖାଇବା ମଧ୍ୟରେ ବ୍ୟବଧାନ ରଖନ୍ତି ନାହିଁ। ମାତ୍ର ଏପରି କରିବା ଉଚିତ୍‌‌ ନୁହେଁ। ଏଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories