www.samajalive.in
Sunday, December 14, 2025
26.1 C
Bhubaneswar

୭ମାସ ପରେ ବି ଚାରିଛକ ଶୌଚାଳୟ କାର୍ଯ୍ୟ ଶୂନ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାରର ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଉପରେ ରହିଥିବା ଏକ ସୁଲଭ ଶୌଚାଳୟ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗତ ୨୯ ମଇ ୨୦୨୩ରେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ ଇଞ୍ଜିନିୟରିଂ ଟିମ୍ ସହିତ ଭିତ୍ତିଭୂମି ପରିଦର୍ଶନ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ପାଇଁ ପଥର, ଗୋଡ଼ି ମଧ୍ୟ ଯୋଗାଡ ହୋଇଥିଲା । ମାତ୍ର ପରବର୍ତ୍ତୀ ମୂହୁର୍ତ୍ତରେ ଏହାର ନିର୍ମାଣକାର୍ଯ୍ୟ ଦିଗରେ କୌଣସି ଅଗ୍ରଗତି ହୋଇନପାରିବାରୁ ଶୌଚାଳୟଟି ଦୀର୍ଘ ୧୧ବର୍ଷ ହେଲା ବନ୍ଦ ହୋଇପଡିଛି । ଯାହାଫଳରେ ଶୌଚ ପାଇଁ ଏହି ରାସ୍ତାଦେଇ ଯାଉଥିବା ଯାତ୍ରୀମାନେ ଏହି ସୁବିଧାରୁ ବଞ୍ଚିତ ହେବା ସହ ସାଧାରଣ ଶୌଚ ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଯେ, ଦୀର୍ଘ ୧୭ବର୍ଷ ତଳେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ନିମନ୍ତେ ଚାରିଛକରେ ଏକ ସୁଲଭ ଶୌଚାଳୟ ଖୋଲାଯାଇଥିଲା । ଫଳରେ ଏହି ରାସ୍ତାଦେଇ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ସୁଲଭ ଶୌଚାଳୟରେ କମ୍ ମୂଲ୍ୟରେ ଶୌଚ ସହିତ ଗାଧୁଆ ପାଧୁଆ ସୁବିଧା ପାଇପାରୁଥିଲେ । ଦୀର୍ଘ ବର୍ଷ ହେଲା ଶୌଚାଳୟଟି ବନ୍ଦ ହୋଇପଡିଥିବାରୁ ଯାତ୍ରୀମାନେ ଏହି ସୁବିଧାରୁ ବଞ୍ଚିତ ହେବା ସହିତ ଶୌଚ ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି । ଯାତ୍ରୀଙ୍କ ସୁବିଧା ଦୃଷ୍ଟି କୌଣରୁ ତୁରନ୍ତ ସୁଲଭ ଶୌଚାଳୟକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ସାଧାରଣରେ ଦାବୀ ଉଠୁଛି । ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories