www.samajalive.in
Friday, December 12, 2025
23.1 C
Bhubaneswar

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍‌ କିଛି ଧନ ପ୍ରାପ୍ତିର ସୂଚନା – ବୁଧବାରର ରାଶିଫଳ

ମେଷ- ଭ୍ରାତୃତ୍ବର ବନ୍ଧନ ନିବିଡ଼ ହେବ। ସୁସ୍ଥ ଓ ନିରାମୟ ରହିବେ। କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସେବା ମନୋଭାବର ହେବେ। କିଛିଟା ଅଶୁଭ ଫଳ ମିଳିପାରେ। ସୁଖୀ ଜୀବନ ବିତାଇବେ।

ବୃଷ- ଚଳଚଞ୍ଚଳ ଓ ମତିଯୁକ୍ତ ହେବେ। ହଠାତ୍‌ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧାର୍ମିକ ଓ ତେଜସ୍ବୀ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

- Advertisement -

ମିଥୁନ- ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମକୁ ଆଦରି ନେଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମ ଉପରେ ପ୍ରାଧାନ୍ୟ ଦେବେ। ଜଳଯାତ୍ରାରେ ବିପଦ ରହିଛି। ବୁଦ୍ଧିମାନ୍‌ ହେବେ।

କର୍କଟ- ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହେବେ। ପ୍ରସନ୍ନତା ଲାଭ କରିବେ। ଭାଷା ନମନୀୟ ଓ କମନୀୟ ହୋଇପାରେ। ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ଧନାଗମ ଓ ବିଜୟୀ ହେବେ।

ସିଂହ- ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଯୌଥ ପରିବାରର ମୁଖ୍ୟ ହେବେ। ସର୍ବଧର୍ମ ସମନ୍ବୟର ପ୍ରତୀକ ହେବେ।

କନ୍ୟା- ସତ୍ୟ, ଶାନ୍ତି, ଦୟାର ଅବତାର ହୋଇପାରନ୍ତି। ଆୟ ଊଣା ହେବ ନାହିଁ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସ୍ନେହ, ମମତାପୂର୍ଣ୍ଣ ହେବ। ଆହାର ରୁଚିପୂର୍ଣ୍ଣ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ।

ତୁଳା- ଉପୁଜିଥିବା ବାଧା, ବିଘ୍ନକୁ ଏଡ଼ାଇ କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ରାଜଯୋଗ ଅଛି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ, ଜ୍ଞାନୀ ଓ କ୍ରୋଧୀ ହେବେ।

ବିଚ୍ଛା- ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବେ। ଜନସାଧାରଣଙ୍କର ପ୍ରିୟପାତ୍ର ହେବେ। ପ୍ରତ୍ୟେକ କାର୍ଯ୍ୟରେ ଓ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ବିଭାଗୀୟ ସ୍ତରରୁ ଅର୍ଥ ଓ ସମ୍ମାନ ପାଇବେ।

ଧନୁ- ଜଣେ ଦୟାଳୁ ବ୍ୟକ୍ତିଭାବେ ଜନସାଧାରଣଙ୍କର ନମସ୍ୟ ହେବେ। ନିଜ ବଂଶ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ କରିପାରନ୍ତି। ଉତ୍ତମ ସ୍ବାସ୍ଥ୍ୟସମ୍ପନ୍ନ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପାରିବାରିକ ସ୍ନେହ ଅତୁଟ ରହିବ।

ମକର- ଭାଗ୍ୟ ନିୟନ୍ତାଙ୍କ ଆଶୀର୍ବାଦର ପାତ୍ର ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ, ପ୍ରବାସପ୍ରିୟ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କରିତ୍‌କର୍ମା ହେବେ।

କୁମ୍ଭ- ଅନ୍ୟାୟ ବିରୋଧରେ ଏକାକୀ ସଂଗ୍ରାମ ନିରାପଦ ନ ହୋଇପାରେ। ସାହାଯ୍ୟକାରୀମାନେ କରଛଡ଼ା ଦେଇପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ତଥା ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ସତର୍କରେ ଚଳିବେ।

ମୀନ- ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ସ୍ବକର୍ମ ପାଇଁ ବେଳେବେଳେ ମନରେ ଅହଂଭାବ ଉଦ୍ରେକ ହୋଇପାରେ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories