www.samajalive.in
Saturday, December 13, 2025
14.1 C
Bhubaneswar

ଭୂମିହୀନ ଚାଷୀଙ୍କ ବେଦନାର କଥା

ବଦଳୁନି ଆର୍ଥିକ ସ୍ଥିତି
କୁହାଯାଏ ଚାଷ କାମ ଯାହାର ସବୁ ସୁଖ ତାହାର। କିନ୍ତୁ ଏହି ଉକ୍ତିର ସତ୍ୟତା ଆମ ରାଜ୍ୟର ଚାଷୀଙ୍କ ଉପରେ ପ୍ରତିପାଦିତ ହେଉ ନ ଥିବା ଅଭିଯୋଗ ହେଉଛି। ଜମି ମାଲିକ ଖର୍ଚ୍ଚ ତୁଳନାରେ ଆୟ କମ୍ ହେଉଥିବା ଦର୍ଶାଇ ଚାଷ ଜମିରୁ ମୁଁହ ଫେରାଇ ନେଉଥିବା ବେଳେ ଭୂମିହୀନ ଭାଗଚାଷୀ ସେଇ ଜମିରେ ବର୍ଷ ଯାକ କଷ୍ଟ କରୁଛି। ପରିବାରର ସମସ୍ତେ ମିଶି ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ ଭଲ ହେଇଛି ଦେଖି ଖୁସି ହେଉଛି। ଜମି ମାଲିକକୁ ଉତ୍ପାଦର ଅଧା ଦେବା ପରେ ବାକି ଶସ୍ୟରେ ଯେଣତେଣ ପରିବାର ଚଳାଉଛି ଚାଷୀ। କିନ୍ତୁ ଦୁର୍ଭାଗ୍ୟ ବର୍ଷ ଯାକର କଷ୍ଟ ପରେ ହାତରୁ ପେଟକୁ ଯାଇ ଆମର ଅବସ୍ଥା ଅପରିବର୍ତ୍ତିତ ହୋଇ ରହିଛି ବୋଲି ଭାଗ ଚାଷୀ ଅଭିଯୋଗ କରିଛନ୍ତି। ଭଲ ପିନ୍ଧିବା, ଘର ଖଣ୍ଡେ କରି ରହିବା ଆମ ପାଇଁ ସ୍ୱପ୍ନ। ପିଲାଙ୍କ ଭବିଷ୍ୟତ ଚିନ୍ତାରେ ଦିନ କଟୁଛି ବୋଲି ଚାଷୀ କହୁଛନ୍ତି। ଯାହାର ଉଦାହରଣ ନନ୍ଦପୁର ବ୍ଲକ ଗାଦିଆବାଡ଼ରେ ବସବାସ କରୁଥିବା ଗୁଣ୍ଠା ପରିବାରରେ ଦେଖିବାକୁ ମିଳିଛି। ଘାସି ଗୁଣ୍ଠା (୫୮)। ସ୍ତ୍ରୀ ସମ୍ବାରି, ୩ପୁଅ କାହ୍ନୁ, ଲବ, ଚନ୍ଦ୍ର, ୩ ବୋହୂ ଓ ୫ନାତି ନାତୁଣୀଙ୍କୁ ନେଇ ଗୁଣ୍ଠା ପରିବାର। ପରିବାରର ନିଜସ୍ବ ଘରହିହ କି ଚାଷଜମି ନାହିଁ। ଭୂମିହୀନ ପର ଆଶ୍ରିତ ଗୁଣ୍ଠା ପରିବାର। କିନ୍ତୁ ନନ୍ଦପୁର ବ୍ଲକ ସଦର ମହକୁମାର ବଡ଼ ଚାଷୀ। କାରଣ ଗ୍ରାମର ଘାସି ଚାଲାଣଙ୍କ ୨ ଏକର, ଭୀମସେନ ଦାସଙ୍କ ୨.୫ ଏକର, ଟି ଦୀନବନ୍ଧୁ ଚୌଧୁରୀଙ୍କ ୩ ଏକର ଓ ଗୌର ପାତ୍ରଙ୍କ ୩ଏକର ଜମିର ସେ ଭାଗ ଚାଷୀ। ସେମଧ୍ୟରୁ ୪ ଏକର ଜମିରେ ରବି ଓ ଖରିଫ ଚାଷ ପାଇଁ ଯୋଗ୍ୟ। ତେଣୁ ବର୍ଷ ତମାମ ପରିବାରର ସମସ୍ତେ ମିଶି ଚାଷ କାମରେ ନିଜକୁ ନିୟୋଜିତ କରିଥାନ୍ତି। ଚଳିତ ବର୍ଷ ସମସ୍ତ ଜମିରୁ ୧୫୦ବସ୍ତା ଧାନ ଅମଳ କରି ଅଧା ମାଲିକଙ୍କୁ ଦେଇ ବାକି ତକ ଘରକୁ ନେଇଥିଲେ। କିନ୍ତୁ ଧାନର ଉଚିତ୍ ମୂଲ୍ୟ ନ ପାଇ କ୍ବିଣ୍ଟାଲ ପିଛା ମାତ୍ର ୧୬୦୦ ଟଙ୍କା ଦରରେ ୫୦ବସ୍ତା ଧାନ ବିକ୍ରି କରି ଋଣ ପରିଶୋଧ କରିଥିବା କହିଛନ୍ତି। ସେହିଭଳି ୩ ପୁଅ ମିଶି ବେସରକାରୀ ସଂସ୍ଥା ଗୋଷ୍ଠୀ ଗଠନ କରି ୧୦ ଗୋଟି ଗାଈ କିଣିଛନ୍ତି। ସେମଧ୍ୟରୁ ୭ ଗୋଟି ଗାଈ କ୍ଷୀର ଦେଉଛନ୍ତି। ନନ୍ଦପୁର ବଜାରରେ କ୍ଷୀର ଲିଟର ୪୫ ଟଙ୍କା। ଯାହାକୁ ବିକିଲେ ଗାଈ ବାଛୁରୀଙ୍କ ଖାଦ୍ୟ, ଚିକିତ୍ସା, ଓ ଋଣ ପରିଶୋଧ କରିବାରେ ସମସ୍ତ ଆୟ ଯାଉଛି। ବଳକା କେବଳ ଗାଈଙ୍କ ଗୋବର ରହୁଛି। ଯାହାକୁ ଆମେ ସାଇତି ରଖିଛୁ ଆସନ୍ତା ଥର ଚାଷ ପାଇଁ ଖତ ଭାବେ ବ୍ୟବହାର କରିବୁ ବୋଲି ଘାସି କହିଛନ୍ତି। ଭୂମିହୀନ ହେଲେ ବି ବର୍ଷ ତମାମ ଆମେ କଷ୍ଟ କରୁଛୁ। କିନ୍ତୁ ଉତ୍ପାଦର ଉଚିତ୍ ମୂଲ୍ୟ ନପାଇ ଆଗକୁ ବଢ଼ିପାରୁ ନାହୁଁ। ସରକାର ପ୍ରଦତ୍ତ ଚାଉଳ ଅଧା ଭୋକ ଓ ନିଜ କଷ୍ଟରେ ଅଧା ଭୋକ ମେଣ୍ଟୁଚି। ୫ ନାତିଙ୍କ ଭବିଷ୍ୟତ କଣ ହେବ ବୋଲି ଚିନ୍ତାରେ ଥିବା ଘାସି କହିଛନ୍ତି। ସରକାର ଆମ ପ୍ରତି ସଦୟ ହୋଇ ଅତିକମରେ ଘରହିହ ଓ ଆବାସ ଗୃହ ଯୋଗାଇ ଦିଅନ୍ତୁ। ଚାଷୀର ଉତ୍ପାଦର କିଭଳି ସଂରକ୍ଷଣ ଓ ଉଚିତ ମୂଲ୍ୟ ପାଇବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ନନ୍ଦପୁରରୁ ତୁଷାରକାନ୍ତି ମହାନ୍ତି

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories