ବିସ୍ମୟକର ହେଲେ ବି ସତ- ଆଦିମାନବ କରୁଥିଲେ ଏହି କାମ

ଆଦିମାନବ ଖାଉଥିଲେ ପନିପରିବା
ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡ଼ିଥାଏ ଯେ ଆଦିମାନବଙ୍କୁ ରନ୍ଧାକୌଶଳ ଜଣାନଥିବାରୁ ସେମାନେ ପଶୁପକ୍ଷୀଙ୍କୁ ଶିକାର କରି ଖାଉଥିଲେ।

prayash

ସେମାନେ ଗଛ ଫଳକୁ ଆଣି ମଧ୍ୟ ଖାଉଥିବା ଅନୁମାନ କରାଯାଉଛି। ଏହି ତଥ୍ୟକୁ ଆଧାର କରି ଆମେରିକା ଗବେଷକଦଳ କିଛି ବର୍ଷ ହେଲା ଅନୁଧ୍ୟାନ ଚଳାଇବା ପରେ ନିକଟରେ ଏ ସଂକ୍ରାନ୍ତ କେତେକ ତଥ୍ୟ ହାସଲ କରିଛନ୍ତି। ହଜାରହଜାର ବର୍ଷ ତଳେ ପୃଥିବୀପୃଷ୍ଠରେ ଚଳପ୍ରଚଳ କରୁଥିବା ଆଦିମାନବମାନେ ପନିପରିବା ଖାଇବାକୁ ଅଧିକ ପସନ୍ଦ କରୁଥିଲେ।

ଆଦିମାନବ କଞ୍ଚା ନୁହେଁ, ବରଂ ସେସବୁକୁ ରାନ୍ଧି ଖାଉଥିଲେ ବୋଲି କହିଛନ୍ତି ଗବେଷକଦଳ। ଗବେଷଣାବେଳେ ସେମାନେ ବେଲିଜିୟମ୍‌ର ଏକ ପ୍ରାଚୀନ ଗୁମ୍ପାରୁ ନିନ୍‌ଣ୍ଡରଥାଲ ପ୍ରଜାତିର ମାନବଙ୍କ ଦାନ୍ତ ଠାବ କରିଥିଲେ। ପରୀକ୍ଷା କରିବା ପରେ ସେହି ଦାନ୍ତର କ୍ଷୁଦ୍ର କଣିକାରୁ ଜଣାପଡ଼ିଥିଲା ଯେ ଆଦିମାନବମାନେ ବିନ୍, କନ୍ଦମୂଳ, ଚେରମୂଳି ଆଦିକୁ ରାନ୍ଧି ଖାଉଥିଲେ।

Comments are closed.