www.samajalive.in
Sunday, December 7, 2025
26.1 C
Bhubaneswar

ବର୍ଷର ପ୍ରଥମ ଦିନରେ ଏହି ସରଳ ଉପାୟରେ ଚମକିବ ଭାଗ୍ୟ..

ଆରମ୍ଭ ହୋଇଛି ନବବର୍ଷ। ପ୍ରତ୍ୟେକ ନବବର୍ଷରେ ହସଖୁସି ଓ ଉନ୍ନତିର ଆଶା କରିଥାଆନ୍ତି। ନବବର୍ଷକୁ ଶୁଭ କରିବା ପାଇଁ ବର୍ଷର ପ୍ରଥମ ଦିନରେ କିଛି ସରଳ ଉପାୟ ଆପଣାନ୍ତୁ। ଶାସ୍ତ୍ରରେ ବର୍ଷର ପ୍ରଥମ ଦିନ ପାଇଁ କିଛି ବିଶେଷ ଉପାୟ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଜାଣନ୍ତୁ..
ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କୁ ପ୍ରଥମ ପୂଜ୍ୟ ଦେବତା ବୋଲି କୁହାଯାଏ। କୌଣସି କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରି ମନ୍ତ୍ର ଜପ କରନ୍ତୁ। ଏପରି କରିବା ଦ୍ୱାରା ବର୍ଷଯାକ ଥିବା ସମସ୍ତ ବିଘ୍ନ ଓ ବାଧା ଦୂର ହୋଇଥାଏ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ।
ନବବର୍ଷର ପ୍ରଥମ ଦିନରେ ମା’ଲକ୍ଷ୍ମୀଙ୍କୁ ନିଶ୍ଚୟ ପୂଜା କରନ୍ତୁ। ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ଶ୍ରୀଯନ୍ତ୍ରର ପୂଜା କରନ୍ତୁ। ଏହାକୁ ପୂଜା ଘରେ କିମ୍ବା ଆଲମିରାରେ ରଖନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ବର୍ଷଯାକ ଧନସମ୍ପତ୍ତିର ଆଗମନ ହେବ।
ନବବର୍ଷର ପ୍ରଥମ ଦିନରେ ଘରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଘରେ ତୁଳସୀ ବୃକ୍ଷ ଲଗାଇବା ବେଶ ଶୁଭଙ୍କର। ଏପରି କରିବା ଦ୍ୱାରା ଘରରୁ ସମସ୍ତ ରୋଗ ଓ ଦୋଷ ଦୂର ହୋଇଥାଏ।
ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ। ନବବର୍ଷରେ ଦକ୍ଷିଣାବର୍ତ୍ତୀ ଶଙ୍ଖର ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ମା’ଙ୍କ କୃପା ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ନବବର୍ଷର ପ୍ରଥମ ଦିନ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ତମ୍ବାର ପାତ୍ରରେ ଗୁଡ ଓ ସିନ୍ଦୂର ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା, ଶୁଭଫଳ ସହ ମାନ ସମ୍ମାନ ପ୍ରାପ୍ତି ହେବ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories