www.samajalive.in
Sunday, December 7, 2025
26.1 C
Bhubaneswar

ହାଉସ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ଘଟଣା ; ଭୀମଭୋଇ ମେଡିକାଲରେ ଉତ୍ତେଜନା

ବଲାଙ୍ଗୀର : ଭୀମଭୋଇ ମେଡିକାଲରେ ଉତ୍ତେଜନା ସହ ଶୁକ୍ରବାର ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ହାଉସ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଜୋରଦାର ଆନ୍ଦୋଳନ କରାଯାଉଛି। ମୁଣ୍ଡରେ ବ୍ୟାଣ୍ଡେଜ୍‌‌ ବାନ୍ଧି ହାଉସ୍‌‌ ସର୍ଜନ ଓ ଡାକ୍ତରୀ ଛାତ୍ର ପ୍ରତିବାଦ କରୁଛନ୍ତି। ମେଡିସିନ ଓପିଡିରେ ଜୋରଦାର ଆନ୍ଦୋଳନ ସହ ପୁଲିସ ସହ ଯୁକ୍ତିତର୍କ ଲାଗି ରହିଛି। ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି ଓ ଏସଡିପିଓ ଉପସ୍ଥିତ ରହିଛନ୍ତି। ଆକ୍ରମଣକାରୀଙ୍କୁ ଗିରଫ ସହ ଏନ୍‌‌ଏସ୍‌‌ଏ ଲାଗୁ କରିବାକୁ ହାଉସ୍‌‌ ସର୍ଜନ ଓ ଡାକ୍ତରୀ ଛାତ୍ର ଦାବି କରୁଛନ୍ତି। ଆନ୍ଦୋଳନ ଯୋଗୁଁ ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories