www.samajalive.in
Thursday, December 11, 2025
13.1 C
Bhubaneswar

ଡବ୍ଲ୍ୟୁଏଫ୍ଆଇ ପରିଚାଳନା ପାଇଁ କମିଟି ଗଠନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ପରିଚାଳନା ନିମନ୍ତେ ଭାରତୀୟ ଅଲିମ୍ପିକ୍ ମହାସଂଘ ତରଫରୁ ଏକ ଆଡହକ୍ କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଭାବେ ଭୂପିନ୍ଦର ସିଂହ ବାଜୱା ରହିଥିବା ବେଳେ ଏମ୍ଏମ୍ ସୋମାୟା ଓ ମଞ୍ଜୁଶା କନୱାର ସଦସ୍ୟ ଭାବେ ରହିଛନ୍ତି। ଭୂପିନ୍ଦର ଉଷୁ ମହାସଂଘର ସଭାପତି ଥିବା ବେଳେ ଏମ୍ଏମ୍ ସୋମାୟା ହକିରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି। ସେହିପରି ମଞ୍ଜୁଶା ହେଉଛନ୍ତି ଜଣେ ପୂର୍ବତନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି। ଭାରତୀୟ ଅଲିମ୍ପିକ୍ ମହାସଂଘ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି କୁସ୍ତି ମହାସଂଘର କାର୍ଯ୍ୟକଳାପରେ ସ୍ବଚ୍ଛତା ଆଣିବା ସହ କୁସ୍ତିଯୋଦ୍ଧାଙ୍କ ସ୍ବାର୍ଥରକ୍ଷା ନିମନ୍ତେ ଏହି କମିଟି ଗଠନ କରାଯାିଛି। ସେହିପରି ଭୂପିନ୍ଦର କହିଛନ୍ତି ଆଗାମୀଦିନରେ ଅଲିମ୍ପିକ୍ ଆୟୋଜିତ ହେବାକୁ ଥିବାରୁ ବର୍ତ୍ତମାନ ଠାରୁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଖୁବ୍ଶୀଘ୍ର ସମସ୍ତ ଜୁନିୟର ଓ ସିନିୟର କୁସ୍ତି ପ୍ରତିଯୋଗିତା ଆୟୋଜନ କରାଯିବ। ଭାରତରେ କୁସ୍ତି ଏକ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଦେଶରେ ବହୁ ଦକ୍ଷ ଖେଳାଳି ରହିଛନ୍ତି। ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଦେବାକୁ କମିଟି ଲକ୍ଷ୍ୟ ରଖିଛି।

ସୂଚନାଥାଉକି କିଛିଦିନ ତଳେ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ନୂତନ ସଭାପତି ଭାବେ ସଞ୍ଜୟ ସିଂହ ନିର୍ବାଚିତ ହୋଇଥିଲେ। ତେବେ ଡବ୍ଲ୍ୟୁଏଫ୍ଆଇର କେତେକ ନିୟମ ଭଙ୍ଗ କରିଥିବା ଦର୍ଶାଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏହାକୁ ନିଲମ୍ବନ କରିଥିଲା। ଡବ୍ଲ୍ୟୁଏଫ୍ଆଇ ପରିଚାଳନା ପାଇଁ ଏକ କମିଟି ଗଠନ କରିବାକୁ ଭାରତୀୟ ଅଲିମ୍ପିକ୍ ମହାସଂଘକୁ ନିର୍ଦେଶ ଦିଆଯାଇଥିଲା। ଭୂପିନ୍ଦର ସିଂହଙ୍କ ନେତୃତ୍ବାଧୀନ କମିଟି ବିଭିନ୍ନ ଅନ୍ତର୍ଜାତୀୟ କୁସ୍ତି ଟୁର୍ଣ୍ଣାମେଣ୍ଟ ନିମନ୍ତେ ଖେଳାଳି ମନୋନୟନ, କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଓ ଆର୍ଥିକ ବ୍ୟାପାର ପରିଚାଳନା ଦାୟିତ୍ବରେ ରହିବ।

- Advertisement -

ଚଳିତବର୍ଷ ପ୍ରାରମ୍ଭରୁ ଡବ୍ଲ୍ୟୁଏଫ୍ଆଇରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଡବ୍ଲ୍ୟୁଏଫ୍ଆଇର ପୂର୍ବତନ ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦିଆଯିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଖେଳାଳିମାନେ ଧାରଣା ଦେଇଥିଲେ। କିଛିଦିନ ତଳେ ଡବ୍ଲ୍ୟୁଏଫ୍ଆଇର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ରିଜଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସିଂହ ବିଜୟୀ ହେବାରୁ କୁସ୍ତିଯୋଦ୍ଧାମାନେ ପ୍ରତିବାଦ ସ୍ବରୂପ ପଦ୍ମଶ୍ରୀ, ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଆଦି ଫେରାଇ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories