www.samajalive.in
Thursday, December 11, 2025
13.1 C
Bhubaneswar

ଅମୃତ ଭାରତ ଟ୍ରେନ୍‌ର ଭିଡିଓ ଜାରି କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଖୁବଶୀଘ୍ର ‘ଅମୃତ ଭାରତ’ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରାଯିବ। ଏହି ପରିପ୍ରେକ୍ଷୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ଏହି ଟ୍ରେନ୍‌ର ଏକ ଭିଡିଓକୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ (ପୂର୍ବନାମ ଟ୍ବିଟର)ରେ ସେୟାର କରିଛନ୍ତି। ଅମୃତ ଭାରତ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ନୂତନ ସଂସ୍କରଣ। ବନ୍ଦେ ଭାରତ ଟ୍ରେନ୍‌ରେ କେବଳ ବସିବା ବ୍ୟବସ୍ଥା ଥିବାବେଳେ ଅମୃତ ଭାରତ ଟ୍ରେନ୍‌ରେ ଶୋଇବା (ସ୍ଲିପର) ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୩୦ରେ ‘ଅମୃତ ଭାରତ’ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ଜାରି କରାଯାଇଥିବା ଭିଡିଓରେ ରେଳମନ୍ତ୍ରୀ ବୈଷ୍ଣବ ନୂଆଦିଲ୍ଲୀ ଷ୍ଟେସନରେ ‘ଅମୃତ ଭାରତ’ ଟ୍ରେନ୍‌ ଡ୍ରାଇଭର କ୍ୟାବିନ ପରିଦର୍ଶନ କରିବାପରେ ବଗି ଭିତରେ ପ୍ରବେଶ କରୁଥିବା ଲକ୍ଷ୍ୟ କରାଯାଇଛି।


ଏଥିସହିତ ଟ୍ରେନ୍‌ର ଶୌଚାଳୟ ଏବଂ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ଭିଡିଓରେ ପ୍ରଦର୍ଶିତ ହୋଇଛି। ଏହି ଟ୍ରେନ୍‌ ଚଳାଚଳ କରିବା ପରେ ଲମ୍ବା ରୁଟ୍‌ରେ ଯାତ୍ରା ସମୟ ଅତିକମରେ ଦୁଇ ଘଣ୍ଟ୍ରା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ପୁଶ୍‌-ପୁଲ୍‌ କାରିଗରୀ କୌଶଳରେ ନିର୍ମିତ ହୋଇଥିବାରୁ ଏହି ଟ୍ରେନ୍‌ ଅଧିକ ବେଗରେ ଗତି କରିବା ସହ ଯାତ୍ରୀମାନେ ମଧ୍ୟ ଅଧିକ ଆରାମ ପାଇପାରିବେ। ଅଯୋଧ୍ୟାରୁ ବିହାରର ଦରଭଙ୍ଗା ମଧ୍ୟରେ ପ୍ରଥମ ‘ଅମୃତ ଭାରତ’ ଟ୍ରେନ୍‌ ଚଳାଚଳ କରିବ ବୋଲି ଆପାତତଃ ସ୍ଥିର ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories