www.samajalive.in
Monday, December 8, 2025
24.1 C
Bhubaneswar

ଖୁରୁଡ଼ି ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

ଡେସ୍କ: ୨୦୨୪ ବର୍ଷ ପାଇଁ ଖୁରୁଡ଼ି ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି। ନୂଆଦିଲ୍ଲୀରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ଏମ୍। ଗତ ବର୍ଷ ତୁଳନାରେ ସର୍ବନିମ୍ନ ସହାୟକ ମୂଲ୍ୟ କ୍ଷେତ୍ରରେ ମିଲିଂ ହୋଇଥିବା ଖୁରୁଡ଼ି ନଡ଼ିଆର କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ଏବଂ ମିଲିଙ୍ଗ ହୋଇନଥିବା ଖୁରୁଡ଼ି ନଡ଼ିଆ ପାଇଁ କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ ଏହି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନଡ଼ିଆ ଚାଷୀଙ୍କ ପାଇଁ ଉତ୍ତମ ମୂଲ୍ୟ ନିଶ୍ଚିତ କରିବ। ୨୦୧୪-୧୫ରେ ମିଲିଙ୍ଗ ହୋଇଥିବା ଖୁରୁଡ଼ି ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫ ହଜାର ୨୫୦ ଟଙ୍କା ଥିଲା ଏବଂ ୨୦୨୪-୨୫ରେ ଏହା କ୍ୱିଣ୍ଟାଲ ପିଛା ୧୧ ହଜାର ୧୬୦ ଟଙ୍କାକୁ ବୃଦ୍ଧି ପାଇବ। ସେହିପରି ମିଲିଙ୍ଗ ହୋଇନଥିବା ଖୁରୁଡ଼ି ନଡ଼ିଆର ୨୦୧୪-୧୫ରେ ସର୍ବନିମ୍ନ ସହାୟକ ମୂଲ୍ୟ ୫ ହଜାର ୫୦୦ ଟଙ୍କା ଥିଲା ଯାହା ୨୦୨୪-୨୫ରେ କ୍ୱିଣ୍ଟାଲ ପିଛା ୧୨ ହଜାର ଟଙ୍କାକୁ ବୃଦ୍ଧି ପାଇବ।

ଡିସେମ୍ବର ୨୮ ଓ ୨୯ରେ ମୁଖ୍ୟ ଶାସନସଚିବ ଜାତୀୟ ସମ୍ମିଳନୀ, ଇଜ୍ ଅଫ୍ ଲିଭିଂ ପ୍ରମୁଖ ପ୍ରସଙ୍ଗ

- Advertisement -

ଶ୍ରୀ ଠାକୁର କହିଛନ୍ତି ଯେ ବିହାରର ଦିଘା ଏବଂ ସୋନପୁରକୁ ସଂଯୋଗ କରୁଥିବା ଗଙ୍ଗା ନଦୀରେ ସାଢେ ଚାରି କିଲୋମିଟରରୁ ଅଧିକ ଲମ୍ବ ବିଶିଷ୍ଟ ଏକ ଛଅ ଲେନ ବିଶିଷ୍ଟ ସେତୁ ନିର୍ମାଣକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପର ମୂଲ୍ୟ ୩ ହଜାର ୬୪ କୋଟିରୁ ଅଧିକ ବୋଲି ସେ କହିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ ତ୍ରିପୁରାରେ ଖୋୱାଇ-ହରିନା ରାସ୍ତାର ୧୩୫ କିଲୋମିଟର ରାସ୍ତାର ଉନ୍ନତି ଏବଂ ପ୍ରଶସ୍ତିକରଣକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ଯୋଜନାରେ ୨ ହଜାର ୪୮୬ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହେବ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories