www.samajalive.in
Monday, December 8, 2025
24.1 C
Bhubaneswar

ନିଖୋଜ ଗାଡ଼ି ଚାଳକଙ୍କ ଗଳିତ ମୃତଦେହ ଉଦ୍ଧାର

ବାଲିଗୁଡା: ବାଲିଗୁଡା ଥାନା ଅନ୍ତର୍ଗତ ଗୋଇବନ୍ଧା ପୋଲ ନିକଟ ନାଳରୁ ନିଖୋଜ ଥିବା ପର୍ଯ୍ୟଟକ ଗାଡି ଚାଳକଙ୍କ ମୃତଦେହକୁ ଉଦ୍ଧାର ହୋଇଛି। ଏହି ନାଳରେ ଏକ ମୃତଦେହ ପଡ଼ିଥିବା ଦେଖି କିଛି ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି।

ସୂଚନା ପ୍ରକାରେ, ଏକ ପର୍ଯ୍ୟଟକ ବସ୍ କିଛି ପର୍ଯ୍ୟଟକଙ୍କୁ ନେଇ ଉତ୍ତରପ୍ରଦେଶ ଯାଇଥିଲା। ୨୨ ତାରିଖ ଦିନ ବାଲିଗୁଡା ଜାତୀୟ ରାଜପଥ ୫୯ କଡ଼ରେ ଗୋଇବନ୍ଧା ବ୍ରିଜ୍ ନିକଟରେ ସମସ୍ତେ ଭୋଜି କରି ଖାଇଥିଲେ। ଏହାପରେ ମୃତ ଡ୍ରାଇଭର ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ। ଏହାକୁ ନେଇ ଏହି ବସ୍‌ର ଅନ୍ୟ ଜଣେ ଚାଳକ କାଶୀନାଥ ଭୋଇ ନିଖୋଜ ଥିବା ନେଇ ବାଲିଗୁଡା ଥାନାରେ ରିପୋର୍ଟ ଦେଇଥିଲେ। ସୋମବାର ମୃତ ଚାଳକଙ୍କ ପୁତୁରାଙ୍କ ସମେତ ଅନ୍ୟ ପରିବାର ଲୋକେ ଆସି ସକାଳ ସମୟରେ ମୃତ ଚାଳକ ହଜିଥିବା ନେଇ ରିପୋର୍ଟ କରିଥିଲେ। ଏହାର କିଛି ସମୟ ପରେ ମୃତଦେହକୁ ନାଳରୁ ପାଇଥିବା ନେଇ ପରିବାର ଲୋକଙ୍କୁ କହିବା ପରେ ଘଟଣା ସ୍ଥଳକୁ ପରିବାର ଲୋକେ ଯାଇ ମୃତଦେହ ଆମ ଲୋକର କହି ଚିହ୍ନିଥିଲେ। ପୁଲିସ ଏହାକୁ ନେଇ ଅଧିକ ତଦନ୍ତ କରୁଥିବା ଆଇଆଇସି ସୂଚନା ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories