www.samajalive.in
Monday, December 8, 2025
16.1 C
Bhubaneswar

ପୁଞ୍ଚ୍‌‌ ଓ ରଜୌରୀରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ୨ଟି ଜିଲାରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ ହୋଇଥିବା ନେଇ ଶନିବାର ଖବର ମିଳିଛି। ପୁଞ୍ଚ୍‌‌ ଓ ରଜୌରୀରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ ରଖାଯାଇଛି। ସୁରକ୍ଷାକର୍ମୀଙ୍କ ତଲାସି ଅଭିଯାନ ପାଇଁ ଇଣ୍ଟରନେଟ୍‌‌ ସେବା ବନ୍ଦ ରହିଛି। ପୁଞ୍ଚ୍‌‌ରେ ୪ ଯବାନ ଶହୀଦ୍‌‌ ପରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ତଲାସି ଅଭିଯାନ ଚାଲିଛିା
ସୂଚନା ଯୋଗ୍ୟ, ଜମ୍ମୁ-କାଶ୍ମୀରର ପୁଞ୍ଚ୍‌‌ ଜିଲାର ଜଙ୍ଗଲଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ସେନାର ୪ ଜଣ ଯବାନ ଶହୀଦ୍‌‌ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଥିଲେ। ଗୁରୁବାର ଅପରାହ୍ଣରେ ଏହି ଅଞ୍ଚଳରେ ସେନାର ଦୁଇଟି ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories