www.samajalive.in
Tuesday, December 9, 2025
26.1 C
Bhubaneswar

ଯୋଜନାର ସ୍ୱଚ୍ଛତା ଓ ସଚେତନତା ଉପରେ ଗୁରୁତ୍ୱ : ମୁଖ୍ୟମନ୍ତ୍ରୀ ଘୋଷଣା କଲେ ନୂଆ ଯୋଜନା ‘ପିଠା’

ଭୁବନେଶ୍ୱର : ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସଚେତନତା ସୃଷ୍ଟି କରିବା ସହିତ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ସଚିବାଳୟରେ ଏକ ନୂଆ ଯୋଜନା ‘ପିଠା’(ପିପଲ୍ସ ଏମ୍ପାୱାରମେଣ୍ଟ-ଏନେବ୍ଲିଙ୍ଗ ଟ୍ରାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫ ଓଡ଼ିଶା ଇନିସିଏଟିଭ) ଘୋଷଣା କରିଛନ୍ତି। ସରକାରୀ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବା, ସ୍ୱଚ୍ଛତା ଆଣିବା ଏବଂ ଲୋକଙ୍କୁ ସଶକ୍ତୀକରଣ କରିବା ଏହାର ଲକ୍ଷ୍ୟ। ସମସ୍ତ ହିତାଧିକାରୀ ‘ପିଠା’ ଯୋଜନାର ଫାଇଦା ଯେପରି ପାଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ଥ୍ରି ଟି ଯୋଜନା(ଟେକ୍ନେଲୋଜି, ସ୍ୱଚ୍ଛତା ଏବଂ ଟିମ ୱାର୍କ ମଡ଼େଲ) ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ।
ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ନୂଆ ଯୋଜନା ଆମ ଗାଁ ଆମ ଯୋଜନା ଅଧୀନରେ କାମ କରିବ। ପ୍ରତି ମାସ ୧୫ରୁ ୨୦ତାରିଖ ମଧ୍ୟରେ ଏହି କ୍ୟାମ୍ପ ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ କରାଯିବ। ଆସନ୍ତା ଡ଼ିସେମ୍ବରଠାରୁ ଏହା କାର୍ଯ୍ୟକାରୀ ହେବ। ଏହି କ୍ୟାମ୍ପରେ ଆମ ଏଲଇଡ଼ି, ମିଶନ ଶକ୍ତି, ମଧୁବାବୁ ପେନସନ ଯୋଜନା, ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ଯୋଜନା, କଳାକାର ଭତ୍ତା ବାବଦରେ ଆଲୋଚନା କରାଯିବା ସହିତ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚାଇଦିଆଯିବ। ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ସଚେତନତା ସୃଷ୍ଟି କରାଯିବ। ବ୍ଲକସ୍ତରୀୟ ପର୍ଯ୍ୟବେକ୍ଷକ ଏହାର ତଦାରଖ କରିବେ ଏବଂ ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ ଏହାର କାର୍ଯ୍ୟକାରିତା ଦିଗରେ ସହାୟତା କରିବେ।
ପ୍ରତି ମାସରେ ପିଠା ଯୋଜନାରେ ସଫଳତା ହାସଲ କରିଥିବା ପଞ୍ଚାୟତଗୁଡ଼ିକ ମଧ୍ୟରୁ ବ୍ଳକର ଶ୍ରେଷ୍ଠ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। କ୍ୟାମ୍ପ ପରେ ଶ୍ରେଷ୍ଠ ପଞ୍ଚାୟତକୁ ଜିଲାସ୍ତରରେ ପୁରସ୍କୃତ କରାଯିବ। ସେହିପରି ରାଜ୍ୟ ସ୍ତରରେ ପଞ୍ଚାୟତ, ବ୍ଲକ ଓ ଶ୍ରେଷ୍ଠ ଜିଲାକୁ ସମ୍ବର୍ଦ୍ଧିତ କରାଯିବା ସହିତ ସ୍ୱତନ୍ତ୍ର ପାଣ୍ଠି ଅନୁଦାନ ଆକାରରେ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବାଟମାରଣା ନହୋଇ ଯେପରି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେହି ଉଦ୍ଦେଶ୍ୟରେ ଏ ଯୋଜନା କାର୍ଯ୍ୟକାରୀ କରାଯାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories