www.samajalive.in
Saturday, December 13, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ନୂଆ-ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

ଗୋପାଳପୁର :  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ କଳା, ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଦ୍ବାରା ଏହାର ଉଦଘାଟନ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂଯୋଜିକା ଡ଼ଃ ସରିତା ଦାଶ ପରିଚାଳନା କରିଥିଲେ।
ଆନ୍ତଃ ବିଭଗୀୟ ପ୍ରତିଯୋଗିତାର ପ୍ରଥମ ଦିନ ସଂଗୀତ ପ୍ରତିଯୋଗିତାରେ ୭୩ ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ବିଚାରକ ଭାବେ ଗୁରୁ ଗଣେଶ ପଟ୍ଟନାୟକ, ଗୁରୁ ଅଶ୍ୱିନୀ ମହାପାତ୍ର ଓ ଡ଼ଃ ସରୋଜ କୁମାର ଦାଶ ଯୋଗ ଦେଇଥିଲେ। ପଦ୍ୟ ଓ ପ୍ରବନ୍ଧ ପ୍ରତିଯୋଗିତାରେ  ସତ୍ୟ ନାରାୟଣ ସାହୁ, ଚିନୁ ବୋହିଦାର,  ମେଣ୍ଡେମ ବାପୁଜି,  ସିଦ୍ଧାର୍ଥ ଶଙ୍କର ପଣ୍ଡା, ଦେବୀ ପ୍ରସାଦ ଶତପଥୀ, ନେହା ପାଣ୍ଡେ, ବବିତା ସାରଙ୍ଗଥେମ୍ ପ୍ରମୁଖ ଉପସ୍ଥିତ ଥିଲେ।
ଚିତ୍ରାଙ୍କନ, ରଙ୍ଗୋଲି ଓ ମେହେନ୍ଦି ପ୍ରତିଯୋଗିତରେ ପ୍ରାୟ ଦେଢ଼ ଶହ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ବିଚାରକ ଭାବେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା, ବନ୍ଦିତା ପଣ୍ଡା, ରିତୁ ତିୱାରୀ,  ଶଶି ଶେଖର ବେହେରା,ରବି ନାରାୟଣ ସ୍ବାଇଁ, ରଶ୍ମିତା ପାଣିଗ୍ରାହୀ, କଳ୍ପନା ବେହେରା, ଅନୁଭା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ  ମିହିର କୁମାର ତ୍ରିପାଠୀ, ରାଜେଶ୍ ପାତ୍ର, ଈଶ୍ୱର ରାଓ ପ୍ରମୁଖ ସହୋଜୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories