www.samajalive.in
Wednesday, December 10, 2025
23.1 C
Bhubaneswar

ମହିଳାଙ୍କୁ ଚାପିଦେଲା ରୋଲର: ଘଟଣା ସ୍ଥଳରେ ଉତ୍ତେଜନା, କ୍ଷତିପୂରଣ ଦାବି

କାଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଶୁକ୍ରବାର ଚଳନ୍ତା ରୋଲର ତଳେ ଚାପି ହୋଇ ସତନାମୀପଡ଼ାର ଗୀତା ସତନାମୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ମୁଖ୍ୟ ରାସ୍ତା ୪୨ନଂ ରାଜ୍ୟ ରାଜପଥର ବଙ୍ଗୋମୁଣ୍ଡା ରେଳବାଇ ଫାଟକ ତଳେ ମୋଟର ସାଇକେଲ, ପଥର ଓ ଟାୟାର ଜାଳି, ବଙ୍ଗୋମୁଣ୍ଡା ଫାଟକରୁ ଖଡ଼ିଆଳ ରାସ୍ତାକୁ ଅବରୋଧ କରି କ୍ଷତିପୂରଣ ଦାବି କରିବା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ପଡାବାସୀ ଓ ପରିବାର ଲୋକେ। ଘଟଣା ସ୍ଥଳରେ ଚାପ ଉତ୍ତେଜନା ଦେଖା ଦେବାରୁ କଣ୍ଟାବାଞ୍ଜି ପୁଲିସ ଫୋର୍ସ ମୁତୟନ ଅଛନ୍ତି। ବାରମ୍ବାର ଏହି ସ୍ଥାନରେ ବହୁ ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ ଓ ପୁଲିସକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ଉତ୍ତେଜନା ହେବାରୁ କଣ୍ଟାବାଞ୍ଜି ପୁଲିସ ଓ ଏସଡିପିଓ, ତହସିଲଦାର, ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ସେପଟେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ। ରାସ୍ତା ଅବରୋଧ ଯୋଗୁ ରେଳ ଫାଟକ ବନ୍ଦ ଥିବାରୁ ରାସ୍ତା କଡରେ କିଛି ଗାଡ଼ି ଅଟକି ରହିଛି। ବହୁ ଗାଡ଼ି ଅନ୍ୟ ରାସ୍ତା ଦେଇ ଯାଉଥିବା ଦେଖାଯାଇଛି। ଏହି ୪୨ନଂ ରାଜ୍ୟ ରାଜପଥରେ ବଙ୍ଗୋମୁଣ୍ଡା ରେଳବାଇ ଫାଟକ ଥିବାରୁ ଉଭୟ ପାର୍ଶ୍ଵରେ ଗଡାନିଆ ଓ ଖରିଆର ପଟ ଯିବାପାଇଁ ଗଡାନିଆ ଥିବାରୁ ସେଠାରେ ଦୁର୍ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ଏହି ସ୍ଥାନରେ ସମତଳ ରାସ୍ତା କରିବାକୁ ବାରମ୍ବାର ଲୋକେ ଦାବି କରି ଆସୁଛନ୍ତି। ପ୍ରାୟ ୩ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେବ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories