www.samajalive.in
Saturday, December 13, 2025
21.1 C
Bhubaneswar

ମୁଣ୍ଡିପଦର ସେବା ସମବାୟ ସମିତି ଧାନ କ୍ରୟ ଶୁଭାରମ୍ଭ

ବାଉଁଶୁଣି :ବୌଦ୍ଧ ବ୍ଲକ ମୁଣ୍ଡିପଦର ସେବା ସମବାୟ ସମିତିରେ ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସେବା ସମବାୟ ସମିତିର ସଭାପତି ହେମାନନ୍ଦ ଦାସ ଯୋଗ ଦେଇ ପୂଜାର୍ଚ୍ଚନା ପରେ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ ମଣ୍ଡିକୁ ଶାନ୍ତି ଶୃଙ୍ଖଳା ସହ ଧାନକ୍ରୟ କରିବା ପାଇଁ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସର୍ବସମ୍ମତି କ୍ରମେ କଟନି ଛଟଣୀ କରାନଯାଇ ଧାନ ବିକ୍ରୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ସମସ୍ତ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଆଣିବା ପାଇଁ ଚାଷୀ ମାନଙ୍କୁ ଅବଗତ କରାଯାଇଛି। ସେବା ସମବାୟ ସମିତିର ସମ୍ପାଦକ ରହିତାଶ୍ୱ ପଣ୍ଡା ଯୋଗ ଦେଇ ଅବଗତ କରାଇଥିଲେ। ଏଥିରେ ଆଖପାଖ ଅଞ୍ଚଳର ଚାଷୀମାନେ ଉପସ୍ଥିତ ରହି ନିଜ ନିଜ ଧାନ ବିକ୍ରୟ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେରାବାଳୀ ମିଲର ଆସି ଧାନ କ୍ରୟ କରିଥିଲେ ।ଧାନର ମାନ ପରୀକ୍ଷା କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ବୌଦ୍ଧ ପକ୍ଷରୁ ତଦାରଖ କରାଯାଇଥିଲା।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories