www.samajalive.in
Saturday, December 13, 2025
26.1 C
Bhubaneswar

୧୭ ବର୍ଷରୁ କମ୍‌ ଜାତୀୟ ସ୍କୁଲ କ୍ରିକେଟ୍; ଓଡ଼ିଶା ଦଳରେ ଆଦର୍ଶ ବିଦ୍ୟାଳୟର ନିତିନ ଉପାଧ୍ୟାୟ

ରେଙ୍ଗାଲି: ବିହାର ପ୍ରଦେଶରେ ଥିବା ପାଟଲିପୁତ୍ର ସ୍ପୋର୍ଟସ୍ କଂପ୍ଲେକ୍ସ, କାଙ୍କରବାଗ, ପାଟନାରେ ଜାନୁଆରୀ ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ଅଣ୍ଡର-୧୭ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ରେଙ୍ଗାଲିରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିତିନ ଉପାଧ୍ୟାୟଙ୍କୁ ଚୟନ କରାଯାଇଛି । ଏହା ପୂର୍ବରୁ ଜିଲ୍ଲାସ୍ତରୀୟ କ୍ରିକେଟ୍ ଚୟନ ପ୍ରତିଯୋଗିତାରେ ଏହି ବିଦ୍ୟାଳୟର ଦୁଇ ଜଣ ଛାତ୍ର ଏକାଦଶ ଶ୍ରେଣୀର ନିତିନ ଉପାଧ୍ୟାୟ ଏବଂ ଦଶମ ଶ୍ରେଣୀର ଅନିଲ କୁମାର ସାମଲ ନିଜର ଉନ୍ନତ ଖେଳ ପ୍ରଦଶର୍ନ କରି ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ । ପରବର୍ତ୍ତୀ ସମୟରେ ୧୭ ନଭେମ୍ବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ କ୍ରିକେଟ୍ ଚୟନ ପ୍ରତିଯୋଗିତାରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିବାରୁ ନିତିନଙ୍କୁ ଜାତୀୟସ୍ତରରେ ପ୍ରତିନିଧିତ୍ବ କରିବା ପାଇଁ ଚୟନ କରାଯାଇଛି। ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ରମଣୀ କାନ୍ତ ସାହୁ ନିତିନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅବସରପ୍ରାପ୍ତ ଖେଳ ଶିକ୍ଷକ ପ୍ରଫୁଲ୍ଲ କୁମାର ଗହିରଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ଗହିରଙ୍କ ତତ୍ତ୍ଵାବଧାନରେ ହିଁ ଏହା ସମ୍ଭବ ହୋଇଛି ବୋଲି ଅଧ୍ୟକ୍ଷ କହିଛନ୍ତି । ଏହି ଖବର ମିଳିବା ପରେ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ନିତିନ ଉପାଧ୍ୟାୟଙ୍କ ବାପା ଶ୍ରୀନିବାସ ଉପାଧ୍ୟାୟ ଏବଂ ମାଆ ସନ୍ଧ୍ୟା ଉପାଧ୍ୟାୟ ପୁଅର ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ, ଶିକ୍ଷକ ଓ କୋଚ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories