www.samajalive.in
Sunday, December 7, 2025
14.1 C
Bhubaneswar

ମୃତ ଚାଷୀ ଘରେ ବିଜେପି ସଭାପତି

ଟିଟିଲାଗଡ଼ : ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଟିଟିଲାଗଡ଼ ଗସ୍ତରେ ଆସି ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମରେ ଆତ୍ମହତ୍ୟା କରିଥିବା ଚାଷୀ ଚମରୁ ବାଗଙ୍କ ପରିବାରଙ୍କୁ ସାକ୍ଷାତ କରିଥିଲେ। ଦଳ ପକ୍ଷରୁ ସମବେଦନା ଜଣାଇବା ସହ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପରିବାର ସହ ସାକ୍ଷାତ କରି ମୃତ ଚାଷୀ ପରିବାରଙ୍କୁ ସରକାର ତୁରନ୍ତ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଶ୍ରୀ ସାହୁ ଏହି ଅବସରରେ ବିଭିନ୍ନ ଧାନ ମଣ୍ଡି ଗସ୍ତ ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । ମଣ୍ଡିରେ ବିଭିନ୍ନ କାରଣ ଦର୍ଶାଇ କଟନି ଛଟନି କରାଯାଉଥିବା ଚାଷୀ ଅଭିଯୋଗ କରିଥିଲେ। କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ସମ୍ପାଦକ ମହେନ୍ଦ୍ର ଠାକୁର, ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର, ଜିଲା ସଭାପତି ମାଧବ ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ମେଣ୍ଡଳୀ, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ, ଏସସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚେୟାରମେନ ବାଗ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ନବୀନ ଜୈନ, ସଞ୍ଜୟ ତ୍ରିପାଠୀ, ଅଶ୍ୱିନୀ ସାହୁ, ଏସଟି ମୋର୍ଚ୍ଚା ନଗର ସଭାପତି ଅଶୋକ ଭୋଇ, ରଶ୍ମିରଞ୍ଜନ ଖମାରି ପ୍ରମୁଖ ଏହି ଗସ୍ତରେ ସାମିଲ ହୋଇଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories