www.samajalive.in
Sunday, December 14, 2025
26.1 C
Bhubaneswar

ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର

ନୂଆଦିଲ୍ଲୀ : ଉପଭୋକ୍ତାଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି। ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର। ନୂଆ ବର୍ଷ ପୂର୍ବରୁ ସରକାରଙ୍କ ପକ୍ଷରୁ ଭେଟି। ୧୯ କିଲୋଗ୍ରାମ ଗ୍ୟାସ୍‌‌ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି। ନୂଆ ଦର ଶୁକ୍ରବାର ଠାରୁ ଲାଗୁ ହେବ। ଦିଲ୍ଲୀରେ ୧୭୫୭.୫୦ ଟଙ୍କାରେ ସିଲିଣ୍ଡର ମିଳିବ। ମାତ୍ର ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ପୂର୍ବରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ଦିଲ୍ଲୀରେ ୧୭୯୬.୫୦ ଟଙ୍କା ଏବଂ ମୁମ୍ବଇରେ ୧୭୪୯ ଟଙ୍କା ରହିଥିଲା। ଚେନ୍ନାଇରେ ୧୯୬୮.୫୦ ଟଙ୍କା, କୋଲକାତା ୧୯୦୮ ଟଙ୍କା ଥିଲା। ୩୯.୫୦ ଟଙ୍କା ଦର ହ୍ରାସ ହେବା ପରେ କୋଲକାତାରେ ୧୮୬୯ ଟଙ୍କା, ଚେନ୍ନାଇରେ ୧୯୨୯.୫୦ ଟଙ୍କା ଓ ମୁମ୍ବଇରେ ୧୭୧୦ ଟଙ୍କାରେ ମିଳିବ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories