www.samajalive.in
Thursday, December 11, 2025
18.1 C
Bhubaneswar

ନର୍ଭେରାମ କମ୍ପାନୀ ରୋଇଡା ଲୌହଖଣିକୁ କଳିଙ୍ଗ ଉତ୍କର୍ଷ ପୁରସ୍କାର

କେନ୍ଦୁଝରଗଡ଼: ଭୁବନେଶ୍ୱରର ହୋଟେଲ ଦି ନ୍ୟୁ ମାରିଅନଠାରେ ଚଳିତମାସ ୨୦ ଓ ୨୧ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ନ୍ୟାସନାଲ ସେଫ୍ଟି କନକ୍ଲେଭର ୧୪ତମ ସଂସ୍କରଣର ଗୁଣବତ୍ତା ଏବଂ ପରିବେଶ ପରିଚାଳନା ସେବା ଅନୁଷ୍ଠିତ ହୋଇଯାଇଛି। ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ପବ୍ଲିକ୍‌‌ ଏଣ୍ଟରପ୍ରାଇଜେସ୍‌‌, ହାଇଦ୍ରାବାଦ ଏବଂ ଓଡ଼ିଶା ରାଜ୍ୟ ଉତ୍ପାଦନ ପରିଷଦ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍‌‌ଯାପନୀ ସମାରୋହରେ ଶ୍ରମ କମିଶନର ତଥା ସଚିବ ଏବଂ ରାଜ୍ୟ କର୍ମଚାରୀ ବୀମା ଓଡ଼ିଶା ସରକାର ଆର ଏସ୍‌‌ ଗୋପାଳନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର କାର୍ଲ-ହିଞ୍ଜ୍‌‌ ନୋଟେଲ ଦି କନ୍‌ସେଲାର ଜେନେରାଲ ଅଫ ପିପୁଲ୍ସ ରିପବ୍ଲିକ ଚୀନ, ସେବାନିବୃତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ନିର୍ଦ୍ଦେଶକ ଭାରତୀୟ ଇସ୍ପାତ ପ୍ରାଧିକରଣ ଅଶୋକ କୁମାର ତ୍ରିପାଠୀ, ଖଣି ନିର୍ଦ୍ଦେଶକ ଓଡ଼ିଶା ଜି ରାଜେଶ, ଓଡ଼ିଶା ଶ୍ରମ କମିଶନର ଅନୁପମ ଶାହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭିଜନ ଜିରୋ, ମିଶନ ପଶିବଲ ଥିମ୍‌‌ ଆଧାରରେ ଉତ୍କର୍ଷତା ପ୍ରଦାନ କରିଥିବା ଖଣି କମ୍ପାନୀମାନଙ୍କୁ ଏହି ଅବସରରେ ଅତିଥିଗଣ ପୁରସ୍କୃତ କରିଥିଲେ। ମୋଟ ୨୨ଟି ଖଣି କମ୍ପାନୀ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେଥିମଧ୍ୟରୁ ସେହି ଆଧାରରେ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ୍‌‌ ଲିମିଟେଡର ରୋଇଡ଼ା-୨ ଲୌହ ଖଣିକୁ ‘କଳିଙ୍ଗ ସୁରକ୍ଷା ଉତ୍କର୍ଷ’ ପୁରସ୍କାରରେ ପୁରସ୍କୃତ କରାଯାଇଛି। କମ୍ପାନୀର ଉପସଭାପତି ସଦାନନ୍ଦ ରଣା ଏହି ପୁରସ୍କାର ଗ୍ରହଣ କରିଥିବା ବେଳେ କମ୍ପାନୀର ଅନ୍ୟ ଅଧିକାରୀ ଘନଶ୍ୟାମ ବେରା, ସୁଦାମ ଯୋଷ, ନିଲବଜା ସେନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories