ଭିଜିଲାନ୍ସ ଜାଲରେ ଫସିଲେ ମୁଖ୍ୟ ଯୋଗାଣ ଅଧିକାରୀ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ମୋଟ ୮ଟି ସ୍ଥାନ ଭୁବନେଶ୍ୱର, ବ୍ରହ୍ମପୁରରେ ଥିବା ଘର ଓ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି।
ଭୁବନେଶ୍ୱରରେ ୩ଟି ବିଲ୍ଡିଂ ଥିବା ଜଣାପଡିଛି। ଚଢାଉ ସମୟରେ ଜରୁରୀ କାଗଜପତ୍ର ସହ ପୁଳା ପୁଳା ସୁନା ଅଳଙ୍କାର, ନଗଦ ଟଙ୍କା ଜବତ କରାଯାଇଛି। ଏହି ଚଢାଉରେ ୮ ଜଣ ଡିଏସପି, ୫ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ରହିଛନ୍ତି।
Comments are closed.