www.samajalive.in
Monday, December 8, 2025
24.1 C
Bhubaneswar

କନ୍ଧମାଳ ଯୁବ ସମାଜସେବୀ ଉତ୍କଳ ଗୌରବ ସେବା ସମ୍ମାନରେ ସମ୍ମାନୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକର ସମାଜ ସେବୀ ଶ୍ରୀ ବୁଲୁ ମଲିକ ଉତ୍କଳ ଗୌରବ ସେବା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରବିବାର ଭାରତ ବର୍ଷରେ କାମ କରୁଥିବା ବେସରକାରୀ ସଂସ୍ଥା ଇଣ୍ଡିଆନ୍ ବାୟ ବାର୍ଥ ଫାଉଣ୍ଡେସନ ତରଫରୁ କେଉଁଝର ଜିଲ୍ଲାରେ ଚତୁର୍ଥୀ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ବିଭିନ୍ନ ଜିଲ୍ଲାରୁ ସମାଜ ସେବୀ ଯୋଗ ଦେଇ ଥିବା ବେଳେ କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ୍ ଅନ୍ତର୍ଗତ ମାଦାଗୁଡାର ଯୁବ ସମାଜ ସେବୀ ଶ୍ରୀ ବୁଲୁ ମଲିକ ଯୋଗ ଦେଇ ଥିଲେ। ସେ ଛାତ୍ର ଜୀବନରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅପହଞ୍ଚ ଇଲାକାରେ ପହଞ୍ଚି ସମାଜ ସେବା କରି ବିଭିନ୍ନ ଛାତ୍ର ଛାତ୍ରୀ ମାନଙ୍କୁ ଖାତା ପେନ୍ ବଣ୍ଟନ କରିବା ସହିତ ମେଡିକାଲରେ ରକ୍ତଦାନ,ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ଦିନେ କମଳ ପ୍ରଦାନ କରିବା ପରି ବହୁ ଅସହାୟ ଗରିବ ମାନଙ୍କୁ ସେବା ଦେଇ ଆସୁଛନ୍ତି। ଏହାକୁ ପାଥେୟ କରି ସଂସ୍ଥା ତରଫରୁ ଉତ୍କଳ ଗୌରବ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ମାନ ଗ୍ରହଣ କରିବା ପରେ ଶ୍ରୀ ମଲିକ ସଂଗଠନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories