www.samajalive.in
Tuesday, December 9, 2025
16.1 C
Bhubaneswar

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢାଇବାରୁ ଜଳି ଉଠିଲା ପ୍ୟାରିସ୍‍

ନୂଆଦିଲ୍ଲୀ: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ୫୦ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ହିଂସାକାଣ୍ଡ ଘଟିଛି। ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି ପ୍ରତିବାଦରେ ହିଂସ୍ରକ ରୂପ ଧାରଣ କରିବାରୁ ୪୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଶନିବାର ହଜାରହଜାର ସଂଖ୍ୟାରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଥିଲେ। ଏକାଧିକ ସ୍ଥାନରେ ଭଙ୍ଗାରୁଜା କରାଯାଇ ଥିଲା। ରାସ୍ତାରେ ଛିଡ଼ା ହୋଇଥିବା ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀରେ ନିଆଁ ଲଗାଇ ଦିଆଯାଇଥିଲା।
ପୁଲିସ ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ ବର୍ଦ୍ଧିର୍ତ ପେଟ୍ରୋଲ ମୂଲ୍ୟ ସାଙ୍ଗକୁ ହାଇଡ୍ରୋକାର୍ବନ ଟିକସ ବଢିଯାଇଛି। ଏହା ପ୍ରତିବାଦରେ ବଡ଼ ସଂଖ୍ୟାରେ ଜନସାଧାରଣ ରାଜରାସ୍ତାରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ପୁଲିସ ସହ ସେମାନଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିବାଦ ପ୍ରଦର୍ଶନ କରୁଥିବା ଜନସାଧାରଣଙ୍କ ସଂଖ୍ୟା ୩୬ହଜାର ୫୦୦ହେବ ବୋଲି ଅନୁମାନ କରାଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ହିଂସାକାଣ୍ଡ ସମ୍ପର୍କିତ ଘଟଣାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ବୈଠକ କରିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି। ଏପରିକି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ଆହ୍ୱାନ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories