www.samajalive.in
Friday, December 12, 2025
26.1 C
Bhubaneswar

ଖଣି ଓ ଶିଳ୍ପବହୁଳ କେନ୍ଦୁଝରର ଦୃତ ବିକାଶ ଘଟିଛି: ମନ୍ତ୍ରୀ

କେନ୍ଦୁଝରଗଡ: କେନ୍ଦୁଝର ଷ୍ଟାଡିୟମ ପଡିଆରେ  ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ ଏବଂ କାଳୀପଡିଆରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୩ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ମ୍‍ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରାକୃତିକ ସମ୍ପଦରେ ଭରପୂର କେନ୍ଦୁଝର ଜିଲା କଳା ଓ ସଂସ୍କୃତିର ମାଟି ହୋଇଥିବା ବେଳେ ଏହି ଜିଲାର ବିକାଶ ପାଇଁ ସାମୁହିକ ଉଦ୍ୟମ ଲୋଡା। ଡିଏମଏଫ୍‍ ଓ ଓମ୍‍ବାଡସି ଅର୍ଥର ସୁବିନିଯୋଗ କରି ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ଜୀବନ ଜୀବୀକାରେ ଉନ୍ନତି ସହ ଗତ କିଛିବର୍ଷ ମଧ୍ୟରେ କେନ୍ଦୁଝରର ଦୃତ ବିକାଶ ଘଟିପାରିଛି ବୋଲି ମୁଖ୍ୟଅତିଥି ମନ୍ତ୍ରୀ କହିଥିଲେ। କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲାରୁ ସଂଗୃହିତ ରାଜସ୍ୱ ରାଜ୍ୟ ଓ ଦେଶକୁ ସମୃଦ୍ଧ କରୁଛି ବୋଲି କହିଥିଲେ।

ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲାର ଭାଷା, ସଂସ୍କୃତି ଓ ପରମ୍ପରା କେନ୍ଦୁଝରର ଉତ୍କର୍ଷତାକୁ ରାଜ୍ୟ ଓ ଦେଶରେ ପ୍ରତିପାଦିତ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, ଜିଲାପରିଷଦ ସଭାପତି ସାଗରିକା ସାହୁ, ଜିଲା ଓ ଦୌରାଜଜ୍‍ ଅଶୋକ କୁମାର ପଣ୍ଡା, ଡିଏଫଓ ଧନରାଜ ଏଚ୍‍.ଡି, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ।

- Advertisement -

ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ଓ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପୟସାଦ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ବେଦ ବିଦ୍ୟାଳୟ ଛାତ୍ରଙ୍କ ଦ୍ୱାରା ମଞ୍ଚରେ ବେଦ ମନ୍ତ୍ର ଉଚ୍ଚାରଣ କରାଯାଇଥିବା ବେଳେ ସୁରନିକେତନର କଳାକାରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା।

ଜିଲାପାଳ ଆଶିଷ ଠାକରେ ଉଦ୍‍ଘାଟନୀ ସମାରୋହରେ ଅଧ୍ୟକ୍ଷତା କରି ମଞ୍ଚାସୀନ ଅତିଥିଗଣଙ୍କୁ ସ୍ୱାଗତ ଜଣାଇବା ଅବସରରେ ଧରଣୀଧର ଭେଷଜ ଚିକିତ୍ସାଳୟ ଖୁବ୍‍ ଶିଘ୍ର କାର୍ଯ୍ୟାରମ୍ଭ କରିବା ସହ ଜିଲାରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବା ଲକ୍ଷ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲ ଏବଂ ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ସମେତ ଜିଲାର ୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟୃକେନ୍ଦ୍ରକୁ ଚିକିତ୍ସାଳୟରେ ରୂପାନ୍ତରିତ କରାଯିବ ବୋଲି କହିବା ସହ ଜିଲାର ବିକାଶ ନିମନ୍ତେ୍‍ ଗ୍ରହଣ କରାଯାଇଥିବା ବହୁବିଧ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ।

ଚଳିତମାସ ୧୮ ରୁ ୨୨ତାରିଖ ୫ଦିନବ୍ୟାପୀ ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ ଏବଂ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ସପ୍ତାହେବ୍ୟାପୀ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ସାଙ୍ଗକୁ ପ୍ରତି ସନ୍ଧ୍ୟାରେ ଜିଲା ଓ ରାଜ୍ୟ ବାହାରର ବଛାବଛା କଳାକାରଙ୍କ ଦ୍ୱାରା ଉଚ୍ଚକୋଟୀର କଳା ନୈପୁଣ୍ୟ ପ୍ରଦର୍ଶନକୁ ଜିଲାବାସୀ ମନଭରି ଉପଭୋଗ କରିବେ ବୋଲି ଜିଲାପାଳ ଶ୍ରୀ ଠାକରେ ଆଶାବ୍ୟକ୍ତ କରିଥିଲେ।

ପଲ୍ଲିଶ୍ରୀ ମେଳାରେ ରାଜ୍ୟର ୩୦ଟି ଜିଲା ଏବଂ ୧୩ଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ, ଶିଳ୍ପୀ, କାରିଗରଙ୍କ ଅଂଶଗ୍ରହଣ ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ୨୦୦ରୁ ଉଦ୍ଧ୍ୱର୍ ଷ୍ଟଲରେ ପ୍ରଦର୍ଶିତ ସହିତ ବିକ୍ରୟ ହୋଇ ସେମାନଙ୍କର ଆର୍ଥୀକ ଅଭିବୃଦ୍ଧିରେ ଏହା ବିଶେଷ ସହାୟକ ହେବ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି। ପ୍ରାରମ୍ଭରେ ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ କେନ୍ଦୁଝର ସଞ୍ଜୀବ କୁମାର ବାରିକ ଅତିଥି ପରିଚୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories