www.samajalive.in
Saturday, December 13, 2025
26.1 C
Bhubaneswar

କେନାଲ ହିଡ଼ରୁ ମୁମୂର୍ଷୁ ଅବସ୍ଥାରେ ଯୁବକ ଉଦ୍ଧାର

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଥାନା ଗଞ୍ଜାବାହାଲ କେନାଲ ନିକଟ ହିଡ଼ରୁ ମଙ୍ଗଳବାର ଜଣେ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ ଗମଡା ଗାଁର ରଥ ମେହେର। ରଥ ଜଣେ ଗାଡ଼ି ଚାଳକ ବୋଲି ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ସେ ଘରୁ ବାହାରିଥିବା ବେଳେ ଭୋରରୁ ସେ କେନାଲ ପାଖରେ ପଡ଼ିଥିବା କିଛି ଲୋକ ଦେଖିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସରେ କଣ୍ଟାବାଞ୍ଜି ଡାକ୍ତରଖାନା ଆଣାଯାଇଥିବା ବେଳେ ପରିବାର ଲୋକ ମଧ୍ୟ ଖବର ପାଇ ଡାକ୍ତରଖାନା ପହଞ୍ଚିଥିଲେ। ତେବେ ରଥଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ରଥଙ୍କ ଗୋଡ଼ ଏବଂ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories