www.samajalive.in
Sunday, December 14, 2025
26.1 C
Bhubaneswar

ପଇଡ ପରିବହନ ଆଳରେ ଗଞ୍ଜେଇ ଚାଲାଣ: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଦେଇ ଦେଶର ବିଭିନ୍ନ ରାଜ୍ୟକୁ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗର ଚେକିଂ କରାଯାଉଥିବାରୁ ଅଭିନବ ଉପାୟରେ ଚାଲାଣକାରୀ ମାନେ ଗଞ୍ଜେଇ ଚାଲାଣ କରିବାର ପ୍ରୟାସ କରୁଥିବାର ଦେଖାଯାଉଛି। ଏଭଳି ଏକ ଘଟଣାରେ ମଙ୍ଗଳବାର ସକାଳ ସମୟରେ ବିଜୁ ଏକ୍ସପ୍ରେସ ୱେ ର ଶାସନ ସ୍ଥିତ ଟୋଲ ପ୍ଲାଜା ନିକଟରୁ ଏକ ପଇଡ ବୋଝେଇ ପିକଅପ ଗାଡି ମଧ୍ୟରୁ ଅବକାରୀ ବିଭାଗର ଗୁଇନ୍ଦା ୟୁନିଟ ଦେଢ଼ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଛି।

ଅବକାରୀ ବିଭାଗର ଇଆରବି ୟୁନିଟର ଡେପୁଟି କମିଶନ ରାଜେନ୍ଦ୍ର ଭୋତ୍ରାଙ୍କ ସୂଚନାନୁଯାୟୀ, ଟୋଲ ପ୍ଲାଜା ନିକଟରେ ଚେକିଂ ସମୟରେ ଏକ ସନ୍ଦିଗ୍ଧ ପଇଡ ବୋଝେଇ ଗାଡିକୁ ଅଟକା ଯାଇଥିଲା। ଚେକିଂ ସମୟରେ ଉକ୍ତ ଗାଡିରେ ୧ ହଜାର ପଇଡ ଭର୍ତ୍ତି ଥିବା ବେଳେ ଉକ୍ତ ପଇଡ ଗୁଡିକ ମଧ୍ୟରେ ୫ଟି ଜରି ବସ୍ତା ମଧ୍ୟରେ ୧୫୦ କିଗ୍ରା ଗଞ୍ଜେଇ ରଖାଯାଇ ଅବୈଧ୍ୟ ରୂପେ ଚାଲାଣ କରାଯାଉଥିବାର ଅବକାରୀ ବିଭାଗ ଧରିଥିଲା। ଏଣୁ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ଦଳ ବିହାର ରାଜ୍ୟ ଗୋପାଳଗଞ୍ଜ ନିବାସୀ ଶୈଳେଶ ୟାଦବ (୨୬) ଓ ସୁନ୍ଦରଗଡ ଜିଲା ବଣ୍ଡୋମୁଣ୍ଡା ଶିବଶଙ୍କର ନଗର ନିବାସୀ ଲାଲୁ କୁମାର ସା (୨୭) ଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।

- Advertisement -

ଜବତ ହୋଇଥିବା ଗଞ୍ଜେଇ ଓ ଗାଡି ସମେତ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୩୦ ହଜାର ଟଙ୍କା ହେବ। ଏହି ଗଞ୍ଜେଇ ଗୁଡିକ ବୌଦ୍ଧ ଜିଲାରୁ ରାଉରକେଲା ଅଞ୍ଚଳକୁ ଚାଲାଣ କରାଯାଉଥିଲା। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଡେପୁଟି କମିଶନ ଶ୍ରୀ ଭୋତ୍ରା କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୬ ଅକ୍ଟୋବରରେ ମଧ୍ୟ ଏଭଳି ପଇଡ ଗାଡି ମଧ୍ୟରେ ଗଞ୍ଜେଇ ଚାଲାଣ ସମୟରେ ଅବକାରୀ ବିଭାଗ ଧରିଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories