www.samajalive.in
Thursday, December 11, 2025
18.1 C
Bhubaneswar

୨୬ କୋଟି ବ୍ୟୟରେ ନିର୍ମିତ ୩ ଅତ୍ୟାଧୁନିକ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ କେବେ ?

ଗୋପାଳପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୧୪ ଓ ୨୦୧୬ରେ ଗୋପାଳପୁର ଓ ଛତ୍ରପୁର ସମେତ ହଳଦିଆପଦର ନବନିର୍ମିତ ବସ ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲେ ମଧ୍ୟ ଆଜିଯାଏଁ ଏହି କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ସଦୃଶ ମନେହେଉଛି। ବ୍ରହ୍ମପୁର ମହାନଗର ନିଗମ, ଛତ୍ରପୁର ଓ ଗୋପାଳପୁର ସହରର ଜନସଂଖ୍ୟା ଓ ଚାରିଚକିଆ ପରିବହନ ଗାଡିର ବୃଦ୍ଧି ଯୋଗୁଁ ସହରର ଯାତାୟତରେ ବହୁ ଅସୁବିଧା, ଭିଡ଼, ଦୁର୍ଘଟଣା ଇତ୍ୟାଦିରୁ ବର୍ତ୍ତିବା ପାଇଁ ୨୦୧୪ ମସିହାରେ ଏକ ଯୋଜନା ପ୍ରସ୍ତୁତ କରାଯାଇ ବ୍ରହ୍ମପୁରର ନୂତନ ବସ ଷ୍ଟାଣ୍ଡ ହଳଦିଆପଦର ଜାତୀୟ ରାଜପଥ କଡରେ ୫ ଏକର ଜମିରେ ୧୩ କୋଟି ଟଙ୍କା ବ୍ୟାୟରେ ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ଏଥି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ୨୦୧୬ ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ଏହାକୁ ଉଦଘାଟନ କରିଥିଲେ। ଉକ୍ତ ହାଇ ଟେକ ବସଷ୍ଟାଣ୍ଡ ପରିସରରେ ବିଭିନ୍ନ ପ୍ରକାର ସୁବିଧା ସହିତ ୧୦୦ ରୁ ଅଧିକା ବସ ରହିବା ପାଇଁ ପାର୍କିଙ୍ଗ, ଅନେକ ଦୋକାନ ଗୃହ, ଶୌଚାଳୟ, ବିଶ୍ରାମାଗକ୍ଷର, ଟିକେଟ କାଉଣ୍ଟର ଓ ବସ ମରାମତି ପାଇଁ ଗ୍ୟାରେଜ ନିର୍ମାଣ କରାଯାଇଛି । ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଫେନ, ଲାଇଟ ଇତ୍ୟାଦି ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯାଇଥିଲେ ମଧ୍ୟ ଦୀର୍ଘ ୭ ବର୍ଷ ହେଲା ବସଷ୍ଟାଣ୍ଡ କାର୍ୟ୍ୟକ୍ଷମ ନହେବା ସହ ଅବ୍ୟବହାର ହେଇ ପଡିରହିଥିବା ଯୋଗୁଁ ଛାତରୁ ପାଣି ଗଳିବା ସହ ଲାଗିଥିବା ଫ୍ୟାନ ଓ‌ ଲାଇଟ ଇତ୍ୟାଦି ଯନ୍ତ୍ର ପାତି ଚୋରି ହୋଇଯିବା ସହ ଖରାପ ହୋଇଗଲାଣି। ଏବେ ଏହି କୋଠାରେ ଅସ୍ଥାୟୀ ଭାବେ କନିଷି ତହସିଲ କାର୍ଯ୍ୟାଳୟ ଚାଲୁ ରହିଥିବା ସହ କେତେକ ଘରୋଇ ବସ୍ ମାଲିକମାନେ ଏହାକୁ ବସ ପାର୍କିଂ ସ୍ଥାନ ଭାବେ ବ୍ୟବହାର କରୁଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ୬.୪୪ କୋଟିରେ ଜାତୀୟ ରାଜପଥ କଡରେ ନିର୍ମିତ ବସ ଷ୍ଟାଣ୍ଡଟି ମଧ୍ୟ ବିଜୁ ଜୟନ୍ତୀ ଦିବସ ୨୦୧୬ରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଯାହା ଦୀର୍ଘ ୭ ବର୍ଷ ହେଲା କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଛି। ଏବେ କେବଳ କେତେକ ସିଟିବସ ବସଷ୍ଟାଣ୍ଡ ପରିସରକୁ ଯା ଆସ କରୁଥିବା ବେଳେ ଦୂରଗାମୀ ବସ୍ ବସଷ୍ଟାଣ୍ଡ ପରିସରକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ସେଗୁଡିକ ବସଷ୍ଟାଣ୍ଡ ପରିସରକୁ ଯାଉ ନଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ଏହା ସଠିକ ଭାବେ ବ୍ୟବହୃତ ହେଉନଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣା କରା ଯାଉନଥିବାରୁ ସନ୍ଧ୍ୟା ନଇଁଲେ ଅନ୍ଧକାର ରହୁଥିବାରୁ ଅସମାଜିକ ବ୍ୟକ୍ତିମାନେ ଆଡ୍ଡା ଜଣାଉଥିବା ଅଭିଯୋଗ ହେଉଛି।

ସେହିପରି ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୋପାଳପୁରଠାରେ ଅନୁରୂପ ଭାବେ ୬ କୋଟି ଟଙ୍କାରେ ନିର୍ମିତ ନୂତନ ବସ ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଗତ ୨୦୧୬ ରେ ଉଦଘାଟନ କରିଥିଲେ। ଏହା ମଧ୍ୟ ୭ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା କାର୍ଯ୍ୟକ୍ଷମ ନହେଇ ଅବ୍ୟବହୃତ ଅବସ୍ଥାରେ ରହିଥିବା ଯୋଗୁଁ ପ୍ଲାଷ୍ଟର ଖସି ପାଣି ଗଳି ନଷ୍ଟ ହେବାକୁ ଲାଗିଲାଣି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ବସଷ୍ଟାଣ୍ଡଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବାରେ ଚେଷ୍ଟା କରାଯିବାକୁ ସାଧାରଣରେ ଦାବି ହେଉଛି। ଅନ୍ୟ ପଟେ ଯେଉଁ ଉଦ୍ଦେଶ୍ୟ ନେଇ ଗ୍ରେଟର ବ୍ରହ୍ମପୁର ଗଠନର ଚିନ୍ତା କରାଯାଉଛି, ସେଠାରେ ଏକ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବା ପ୍ରଶାସନିକ ବିଫଳତାକୁ ସୂଚାଉଛି ବୋଲି ଅନେକ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories