www.samajalive.in
Friday, December 12, 2025
19.1 C
Bhubaneswar

୧୯ରେ ବସିବ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

ଭୁବନେଶ୍ୱର: ଚଳିତ ମାସ ୧୯ରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ଦ୍ବିତୀୟମହଲା ସଭାକକ୍ଷରେ ଅପରାହ୍ଣ ୫ଟାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ ୫ଟି ବିଭାଗର ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହେବ ବୋଲି ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜଣାଯାଇଛି। ଏ ସଂକ୍ରାନ୍ତରେ ଶନିବାର ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟଙ୍କ ସହିତ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ଗଣଶିକ୍ଷା, ଉଚ୍ଚଶିକ୍ଷା ଏବଂ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ କୁହାଯାଇଛି ଯେ, ଚଳିତମାସ ୧୪ରେ ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା, ମାତ୍ର ଏହାକୁ ୧୯ ତାରିଖକୁ ଘୁଞ୍ଚାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟରେ ଏହି ପାଞ୍ଚଟି ବିଭାଗରେ ବହୁ ସରକାରୀ କର୍ମଚାରୀ ସେମାନଙ୍କ କ୍ୟାଡର ପୁର୍ନଗଠନ ଓ ଅନ୍ୟାନ୍ୟ ଦାବି ନେଇ ସରକାରଙ୍କୁ ବିଭିନ୍ନ ସମୟରେ ସମସ୍ୟାରେ ପକାଉଛନ୍ତି। ସେମାନଙ୍କ ଦାବି ଶୁଣିବା ଲାଗି ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ବିଭିନ୍ନ ବିଭାଗ ପକ୍ଷରୁ ଶତାଧିକ ଆବେଦନ ଆସିଥିଲେ ହେଁ ଏହି ପାଞ୍ଚଟି ବିଭାଗର କର୍ମଚାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ସରକାର ଗୁରୁତ୍ବ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories