www.samajalive.in
Wednesday, December 10, 2025
16.1 C
Bhubaneswar

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର : ନୟାପଲ୍ଲୀ ଦେବରାୟ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ସ୍ଥାନୀୟ ଅଧିବାସୀମାନେ ୭୩ ୟୁନିଟ୍ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ “ରକ୍ତ ଦାନ ଏକ ମହତ ପୂଣ୍ୟ” ବୋଲି ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ। ଅଧ୍ୟକ୍ଷା ଡ଼. ରୀନା ଘଡ଼େଇ ଶିବିରକୁ ଉଦ୍ଘାଟନ କରିଥିବାବେଳେ ଡ଼. ଦେବାଂଶୁ ଶେଖର ପ୍ରାମାଣିକ, ନୋଡ଼ାଲ ଅଫିସର ଡ଼. ସୁରଥ କୁମାର ଦାସ, ଶ୍ରୀ ବାମଦେବ ହୋତା, ଶ୍ରୀ ତପନ କୁମାର ନାୟକ, ଶ୍ରୀ ଲିଙ୍ଗରାଜ ଶତପଥି, ଡ. ଭାରତୀ ମହାନ୍ତି, ଡ. ଦିପିକା କର, ଶ୍ରୀମତୀ ପ୍ରିୟଙ୍କା ତ୍ରିପାଠୀ, ଶ୍ରଦ୍ଧାଞ୍ଜଳୀ ସାହୁ, ରାନୀ ମନିସା ସାହୁ ଓ ଏନ୍.ସି.ସି. ୟୁନିଟର ସ୍ୱେଚ୍ଛାସେବୀମାନେ ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ।

ନୟାପଲ୍ଲୀ ଦେବରାୟ ମହାବିଦ୍ୟାଳୟ ଠାରେ କ୍ରୀଡ଼ା ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ଏହି ଅବସରରେ +୨ ଓ +୩ ଛାତ୍ରଛାତ୍ରୀଙ୍କ ଦ୍ୱାରା କବାଡ଼ି ଓ ବ୍ୟାଡ଼ମିଣ୍ଟନ୍ ପ୍ରତିଯୋଗିତା ହୋଇଥିଲା। ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଶ୍ରୀ ଚତୁର୍ଭୁଜ ଜେନା, ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ସ୍କୁଲର କ୍ରିଡ଼ା ଶିକ୍ଷକ ଶ୍ରୀ ଶିବ ପ୍ରସାଦ ଜେନା, ରବିନ୍ଦ୍ର ପଣ୍ଡା, ମହାବିଦ୍ୟାଳୟର ତାରନୁର୍ ଜାହାନ୍, ଜାତୀୟ କ୍ରିଡ଼ାବିତ ରେଜିଆ ସୁଲତାନା କ୍ରିଡ଼ା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories