www.samajalive.in
Thursday, December 11, 2025
15.1 C
Bhubaneswar

ରିଜର୍ଭ ଜଙ୍ଗଲରେ ଟ୍ରକ୍ ଆଣ୍ଡ ଟିପର ଓନର ଆସୋସିଏସନ୍ କାର୍ଯ୍ୟାଳୟ, ନୋଟିସ ପରେବି ହଟୁନି କାର୍ଯ୍ୟାଳୟ

କେଶଦୁରାପାଳ : କାହା ନିର୍ଦ୍ଦେଶରେ ରିଜର୍ଭ ଜଙ୍ଗଲ ଜମିରେ ଦୀର୍ଘ ବର୍ଷ ଧରି ସରକାରୀ ପଞ୍ଜିକରଣ ଭୂକ୍ତ ମା ତାରିଣୀ ଟ୍ରକ୍ ଆଣ୍ଡ ଟିପର ଓନର ଆସୋସିଏସନ୍ ଗୃହ ନିର୍ମାଣ କରି କାର୍ଯ୍ୟାଳୟ ଚଲାଇ ଆସୁଛି, ଏହାକୁ ନେଇ ଜନସାଧାରଣ ଉଠିଛି ବଡ଼ ପ୍ରଶ୍ନ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଦୈତାରୀ ରେଞ୍ଜ ବ୍ରାହ୍ମଣୀପାଳ ବନପାଳ ଅଧିନରେ । ସରକାରୀ ପଞ୍ଜିକରଣ ମୁତାବକ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ ହେବ ଏହି ଆସୋସିଏସନ୍ ରିଜର୍ଭ ଜଙ୍ଗଲ ଜମିରେ ବେଆଇନ ଗୃହ ନିର୍ମାଣ କରି ମନମୁଖୀ ଭାବେ କାର୍ଯ୍ୟାଳୟ ଚଳାଇ ଆସୁଛନ୍ତି । ମୁଖ୍ୟ କଥା ଏଠାରେ ଦୀର୍ଘ ବର୍ଷ ହେବ ଜଙ୍ଗଲ ଜମିରେ ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ନିକଟରେ ଥିବା ବନପାଳ ଓ ବନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେଲାନାହିଁ କ’ଣ ପାଇଁ ତାହା ବୁଦ୍ଧିଜୀବିଙ୍କୁ ଅଡ଼ୁଆରେ ପକାଉଛି । ଏନେଇ ଦୀର୍ଘଦିନ ହେଲା ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ବନ ବିଭାଗ ଦୃଷ୍ଟି ଦେଇ କାର୍ଯ୍ୟାଳୟ ଅନ୍ୟତ୍ର ଉଠାଇବା ପାଇଁ ଥରେ ନୁହେଁ ୨ ଦୁଇଥର ନୋଟିସ ଦେବା ସତ୍ତ୍ୱେ ବର୍ତ୍ତମାନ ମଧ୍ୟ କାର୍ଯ୍ୟାଳୟ ଚାଲିଛି ।

ବନ ବିଭାଗ ସୂଚନା ଅନୁଯାୟୀ ଲୋକଙ୍କ ଅଭିଯୋଗକୁ ନେଇ ୧୫ଦିନ ମଧ୍ୟରେ ସେଠାରୁ କାର୍ଯ୍ୟାଳୟ ନିଜ ପଞ୍ଜିକୃତ ଜମିକୁ ଉଠାଇ ନେବା ପାଇଁ ବିଭାଗ ପକ୍ଷରୁ ଚଳିତବର୍ଷ ୧୨/୧୧ ରିଖ ନୋଟିସ ନଂ ୧୩୫୫ ଜାରି ହୋଇଥିଲା । ହେଲେ ବନବିଭାଗ ନୋଟିସକୁ ବେଖାତିରି କରି ଚାପି ହୋଇ ବସିଥିବା ବେଳେ ପୁଣି ପୁନର୍ବାର ୦୭/୧୨ ରିଖ ୨ୟଥର ପାଇଁ ୧୫ଦିନ ମଧ୍ୟରେ ଜଙ୍ଗଲ ଜମିକୁ ଫାଙ୍କା କରିବା ପାଇଁ ବନ ବିଭଗର ନୋଟିସ ନଂ ୧୪୧୪ ଜାରି ହୋଇଥିଲା । ଏଠାରେ ପ୍ରଶ୍ନ ଯେ ରିଜର୍ଭ ଜଙ୍ଗଲ ଜମିରେ ଏମିତି ବେଆଇନ ଭାବେ ଚାଲିଥିବା କାର୍ଯ୍ୟାଳୟକୁ କିଭଳି ଭାବେ ସରକାରୀ ପଞ୍ଜିକରଣ ଭୂକ୍ତ କରାଗଲା । କାହା ଚାପରେ ନା ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଆଖି ଥାଉଁ ଥାଉଁ ସବୁ କାଗଜପତ୍ର ଭୁଲ୍ ହୋଇଗଲା । ଯେଉଁ ଜମିପଟ୍ଟା ଦେଇ ସରକାରୀ ପଞ୍ଜିକରଣ କରାଯାଇଛି ସେହି ଜମିପଟ୍ଟାରେ ଶିବଶକ୍ତି ଏଣ୍ଟର ପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ଼ ନାମକ ଏକ କାରଖାନା ରେଜିଷ୍ଟ୍ରେସନ୍ ହୋଇଥିଲା । ଯାହାକି ଦୀର୍ଘବର୍ଷ ହେବ ବନ୍ଦ ହୋଇ ଅଚଳ ଅବସ୍ଥାରେ ପଡ଼ିଛି, ତେବେ ଗୋଟିଏ ପଟ୍ଟାଭୂକ୍ତ ଜମିରେ କେମିତି ଦୁଇ ଦୁଇଟି ରେଜିଷ୍ଟ୍ରେସନ୍ ହୋଇପାରିଲା ।

- Advertisement -

ଯଦିଓ ହେଲା ତେବେ ସେଠାରେ କାର୍ଯ୍ୟାଳୟ ନଚଲାଇ ବେଆଇନ ଭାବେ ଜଙ୍ଗଲ ଜମିକୁ ନିଜ ଅକ୍ତିଆରକୁ ଆଣି ଜଙ୍ଗଲ ଆଇନକୁ ଖେଲା ଖୋଲି ଉଲଂଘନ କରି କାର୍ଯ୍ୟାଳୟ ଚଲାଇଲେ ‌କିପରି ଏହା ତଦନ୍ତ ସପେକ୍ଷ। ଏଠାରେ ପ୍ରଶ୍ନ ଉଠିବା ଶୋଭାବିକ ଏହି ଜମିପଟ୍ଟା ଉପରେ ଆସୋସିଏସନ୍ ପଞ୍ଜିକରଣ ପାଇଁ ତଦନ୍ତକାରୀ ଅଧିକାରୀ କେମିତି ଅନୁମତି ଦେଲେ ? ସତରେ କ’ଣ ତଦନ୍ତକାରୀ ଅଧିକାରୀ ସଠିକ୍ ଜାଗାକୁ ଆସି ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ ନା ଅଫିସରେ ବସି ମୋଟା ଅଙ୍କର ହାତଗୁ଼ଞ୍ଜା ନେଇ ଗାରେଇ ଦେଲେ । ତେଣୁ ଏ ଅଞ୍ଚଳର ବୁଦ୍ଧିଜିବୀ ଓ ଜନସାଧାରଣଙ୍କ ନିବେଦନ ଯେ ଘଟଣାର ସଠିକ୍ ତଦନ୍ତ ହେଉ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ବନବିଭାଗର ଚେଙ୍କରେ ତରବରିଆ ହୋଇ ଜଙ୍ଗଲ ଜମି ଛାଡ଼ି ଜନଗହଳିପୂର୍ଣ୍ଣ ସାପ୍ତାହିକ ହାଟକୁ ଲାଗାଇ ନୂତନ ଆଜବେଷ୍ଟସ ଗୃହ ନିର୍ମାଣ କରି କାର୍ଯ୍ୟାଳୟ ଚଲାଇବାକୁ ବସିଛନ୍ତି । ଗାଁର ଶେଷ ମୁଣ୍ଡ ତଥା ଜନଗହଳିପୂର୍ଣ୍ଣ ସ୍ଥାନରେ ଆସୋସିଏସନ୍ କାର୍ଯ୍ୟାଳୟ ନିମନ୍ତେ ଆବଶ୍ୟକତା ଥିବା ଅନୁସାରେ କୌଣସି ସୁବିଧା ସୁଯୋଗ ନଥିବା ସତ୍ବେ କିଭଳି ପୁଣି ବେଆଇନ ଭାବେ କାର୍ଯ୍ୟାଳୟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ କାଗଜ ପତ୍ରର ସଠିକ୍ ଯାଞ୍ଚ କରି ପଦକ୍ଷପ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବିକରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories