www.samajalive.in
Thursday, December 11, 2025
14.1 C
Bhubaneswar

ଟ୍ରେନ୍‌ ଯାତ୍ରା ବେଳେ ଖାଦ୍ୟ ପାଇଁ ଅଧିକ ଟଙ୍କା ନେଇ ଆଇଆର୍‌ସିଟିସି ପରିଚାଳକଙ୍କ ଏହି ଅବସ୍ଥା

ନୂଆଦିଲ୍ଲୀ – ପ୍ରତିଦନି ଲକ୍ଷ ଲକ୍ଷ ଯାତ୍ରୀମାନେ ଦେଶର ବିଭିନ୍ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥାଆନ୍ତି । ଏହି ସମୟରେ ଲୋକମାନେ ରେଳରେ ଖାଦ୍ୟ ବରାଦ କରିଥାଆନ୍ତି । ରେଳରେ ଥିବା ପାଣ୍ଟ୍ରି କାର୍‌ରେ ତ କେତେବେଳେ ଆଇଆରସିଟିସି ଦ୍ୱାରା ପରିଚାଳିତ ପାଣ୍ଟ୍ରିରେ ଖାଦ୍ୟ ବରାଦ କରିଥାଆନ୍ତି । ଏବେ ଆଇଆର୍‌ସିଟିସି ଦ୍ୱାରା ପରିଚାଳିତ ଏକ ପାଣ୍ଟ୍ରିରେ ଯାତ୍ରୀମାନଙ୍କୁ ନିରାମିଷ ଖାଦ୍ୟ ପାଇଁ ଅଧିକ ଟଙ୍କା ନିଆଯାଉଥିବା ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ମିଳିବା ପରେ ସମ୍ପୃକ୍ତ ପାଣ୍ଟ୍ରି ପରିଚାଳକଙ୍କୁ ହଟାଇ ଦିଆଯାଇଛି ।

- Advertisement -

ରୁଚିକା କୋଚା ନାମକ ମହିଳା ପାଟନାରୁ ଦିଲ୍ଲୀ ବ୍ରହ୍ମପୁତ୍ର ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ଏହି ସମୟରେ ସେ ନିଜ ପାଇଁ ଏବି ନିଜ ପରିବାର ପାଇଁ ନିରାମିଷ ରାତ୍ର ଭୋଜନ ବରାଦ କରିଥିଲେ । ତାଙ୍କ ସହ ତାଙ୍କ ପରିବାରର ୧୦ ଜଣ ଯାତ୍ରା କରୁଥିଲେ । ଆଇଆର୍‌ସିଟିସି ଦ୍ୱାରା ପରିଚାଳିତ ପାଣ୍ଟ୍ରିରୁ ତାଙ୍କ ପାଇଁ ଖାଦ୍ୟ ଆସିଥିଲା । ଏହା ପରେ ଖାଦ୍ୟ ଦେଇଥିବା ବ୍ୟକ୍ତି ତାଙ୍କୁ ପ୍ରତି ଥାଳି ୧୫୦ ଟଙ୍କା ଲେଖାଏଁ ଦେବା ପାଇଁ କହିଥିଲେ । ପ୍ରକୃତ ପକ୍ଷେ ଏହାର ଦର ୭୦ ଟଙ୍କା ଥିବା ବେଳେ ଅଧିକ କାହିଁକି ନେଲ ବୋଲି ମହିଳା ଜଣଙ୍କ ପଚାରିଥିଲେ । ଏହାର ବିଲ୍‌ ଦେବା ପାଇଁ ସେ କହିଥିଲେ । ପ୍ରଥମେ ସେହି ବ୍ୟକ୍ତି ବିଲ୍‌ ଦେବା ପାଇଁ ମନା କରିଥିଲେ । ପରେ ସେ ପ୍ରତି ଥାଳୀ ପାଇଁ ୭୦ ଟଙ୍କା ଏବଂ ପନିର ପାଇଁ ୮୦ ଟଙ୍କା ଅଲଗା ଅଲଗା ବିଲ୍‌ କରିଥିଲେ । ଏହା ସହ ଏକ ଘଣ୍ଟା ଯୁକ୍ତିତର୍କ କରିଥିବା ମହିଳା ଜଣଙ୍କ ନିଜର ଏକ୍ସ (ପୂର୍ବରୁ ଟ୍ୱିଟର) ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।

ମାତ୍ର ଆଇଆର୍‌ସିଟି ପକ୍ଷରୁ ପରିଚାଳିତ ପାଣ୍ଟ୍ରିରେ ଅଲଗା ଅଲଗା ବିଲ୍‌ ଦିଆଯାଏ ନାହିଁ ବୋଲି ମହିଳା ଜଣ କହିବାରୁ ପ୍ରାଣ୍ଟ୍ରି ମ୍ୟାନେଜର ଆସି କେବଳ ୭୦ ଟଙ୍କା ଲେଖାଏଁ ଦେବା ପାଇଁ କହିଥିଲେ । ଅନ୍ୟମାନଙ୍କ ଠାରୁ ସେ ୧୫୦ ଟଙ୍କା ନେଉଥିବାରୁ ମହିଳା ଜଣଙ୍କ ଏହାକୁ ଟ୍ୱିଟରରେ ସେୟାର କରିବା ସହ ରେଳମମନ୍ତ୍ରାଳୟକୁ ଟ୍ୟାଗ କରିଥିଲେ । ଏହା ପରେ ଆଇଆର୍‌ସିଟି ପକ୍ଷରୁ ଘଟଣାର ଯାଞ୍ଚ କରାଯାଇ ସମ୍ପୃକ୍ତ ଟ୍ରେନରେ କ୍ୟାଟରିଂ ନେଇଥିବା ବ୍ୟକ୍ତିଙ୍କୁ ହଟାଇ ଦିଆଯାଇଛି ବୋଲି ଉଲ୍ଲେଖ କରାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories