www.samajalive.in
Thursday, December 11, 2025
14.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୧୩୬ତମ ଜୟନ୍ତୀ ପାଳିତ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ କାନ୍ତକବି ଲକ୍ଷ୍ମୀକାନ୍ତ ଛାତ୍ରବାସ ପରିସରରେ ବିଶିଷ୍ଟ କବି , ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଥିବା କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ନାତକୋତ୍ତର ଛାତ୍ରାବାସର ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା ଯୋଗଦେଇ କାନ୍ତକବିଙ୍କ  ଅନବଦ୍ୟ କୃତି ଉପରେ ବକ୍ତବ୍ୟ ରଖିଥିଲେ।

ଛାତ୍ରାବାସର  ଅଧିକ୍ଷକ ଡ.କୀର୍ତ୍ତି ରଞ୍ଜନ ମଲ୍ଲିକ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। କାନ୍ତକବିଙ୍କର ସୁଯୋଗ୍ୟ ନାତି ତଥା  ସୁଲେଖକ ଗୁରୁକଲ୍ୟାଣ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କବି  ଜୀବନ ବେଦନା ମଧ୍ୟରେ ଥାଇ କିପରି ଆଧୁନିକ ଓଡିଆ ସାହିତ୍ୟର ଜଣେ କାଳଜୟୀ ସାଧକ ହୋଇପାରିଥିଲେ ତାହା ଉପରେ ଆଲୋକପାତ କରିଥିଲେ। କାନ୍ତକବିଙ୍କ ରଚିତ ଏକ ମାତ୍ର ଉପନ୍ୟାସ ‘କଣାମାମୁଁ’ ଓ ‘ବୁଢ଼ା   ସଂଖାରି’ ଗଳ୍ପ ଶ୍ରେଷ୍ଠ କୃତି ଭାବରେ ପରିଗଣିତ ହେବା ପଛର ରୋଚକ ତଥ୍ୟ ରଖିଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଡ. ଅନିତା ପଣ୍ଡା ଏବଂ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ  ସରଳା ଦେବୀଙ୍କ ନାତୁଣୀ ନିବେଦିତା ମହାନ୍ତି କାନ୍ତକବିଙ୍କ ସ୍ମୃତି ଚାରଣ କରିଥିଲେ। ସହକାରୀ ଅଧିକ୍ଷକ ଡ.ଶାନ୍ତି ସ୍ୱରୂପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରବୀର  କୁମାର ଦାସ , ଦେବକାନ୍ତ ସାମଲ, ପ୍ରଶାନ୍ତ ମହାରଣା, ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories