www.samajalive.in
Sunday, December 14, 2025
16.1 C
Bhubaneswar

ମନ୍ଦିର କଲ୍ୟାଣ ମଣ୍ଡପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରର କଲ୍ୟାଣ ମଣ୍ଡପରୁ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବ୍ରହ୍ମପୁର ବ୍ୟାଙ୍କ କୋଲନୀ ବାପୁଜୀ ନଗର ୫ ଲାଇନର ଜିତେନ୍ଦ୍ର କୁମାର ପାଣିଗ୍ରାହୀ(୪୯) ବୋଲି ପୁଲିସ କହିଛି।

ସୂଚନା ପ୍ରକାରେ, ରାମଚନ୍ଦ୍ରପୁରସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରର କଲ୍ୟାଣ ମଣ୍ଡପର ଛାତ ଉପରେ ଥିବା ସିଡ଼ି ଗ୍ରିଲକୁ ଗାମୁଛା ଦେଇ ବାହାର ପଟେ ଜିତେନ୍ଦ୍ରଙ୍କ ମୃତଦେହ ଝୁଲୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଭାଇ ଧର୍ମେନ୍ଦ୍ର କୁମାର ପାଣିଗ୍ରାହୀ ସେଠାରେ ପହଞ୍ଚି ଦେଖିବା ପରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କେସ ନମ୍ବର ୨୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା। ବ୍ୟବଛେଦ ଗୃହରେ ମୃତଦେହକୁ ରଖାଯାଇଥିବା ପୁଲିସ କହିଛି। ମୃତକ ଜିତେନ୍ଦ୍ର ଜଣେ ଗାୟକ ସହ ଭଲ ଉଦଘୋଷକ ଭାବେ ପରିଚିତ ଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ କାର୍ଯ୍ୟ କରିବା ସହ ଗତ କିଛି ବର୍ଷ ହେଲା ରାମଚନ୍ଦ୍ରପୁର ଅଞ୍ଚଳରେ ରହି ଆସୁଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories