www.samajalive.in
Sunday, December 14, 2025
26.1 C
Bhubaneswar

ମାନଗୋବିନ୍ଦ ମହାନ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅତ୍ୟାଧୁନିକ ସଂପ୍ରସାରଣ ଚିକିତ୍ସା କେନ୍ଦ୍ର

ପିପିଲି : ଜଗତସିଂହପୁର ମଣ୍ଡାସାହିର ବିଶିଷ୍ଟ ଖଣି ବ୍ୟବସାୟୀ ସ୍ୱର୍ଗତ ମାନଗୋବିନ୍ଦ ମହାନ୍ତିଙ୍କ ୧୧୯ତମ ଜୟନ୍ତୀ ଅବସରରେ ମାନଗୋବିନ୍ଦ ମହାନ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପିପିଲିର କରିମୂଳ ସ୍ଥିତ ‘ଦି ଟ୍ରଷ୍ଟ ଚିକିତ୍ସା ଅନୁଷ୍ଠାନ’ ପରିସରରେ ଏକ ୧୫ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସଂପ୍ରସାରଣ ଚିକିତ୍ସା କେନ୍ଦ୍ର ଉଦ୍‍ଘାଟିତ ହୋଇଯାଇଛି । ଏହାକୁ ସ୍ୱର୍ଗତ ମାନଗୋବିନ୍ଦ ମହାନ୍ତିଙ୍କ ନାତୁଣୀ କୁମାରୀ ରୋମୀ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନଗୋବିନ୍ଦ ମହାନ୍ତି ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ପଦ୍ମଲୋଚନ ମହାନ୍ତି, ‘ଦି ଟ୍ରଷ୍ଟ ଚିକିତ୍ସା ଅନୁଷ୍ଠାନ’ର ମୁଖ୍ୟ ଡାକ୍ତର ଅଭିଶେଖ ସାମ୍ୟାଲ, ଡାକ୍ତର ଅସିମା ସର୍କେଲ, ଡାକ୍ତର ଅମିତ, ଡାକ୍ତର ଏଲିସା, କମଳଲୋଚନ ମହାନ୍ତି, ପଙ୍କଜଲୋଚନ ମହାନ୍ତି, ତୁଷାର ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଦେଶର ବିଭିନ୍ନ ଅଞ୍ଚଳର ୩୦ଜଣ ମେରୁଦଣ୍ଡ ଆଘାତପ୍ରାପ୍ତ ରୋଗୀଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଚିକିତ୍ସା କରାଯାଇ ସେମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା । ଏହା ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ସେଠାରେ ଏକ ଅତ୍ୟାଧୁନିକ ରିହାବ୍‍ ଆକ୍ଟିଭିଟି କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି । ଏହି ଅବସରରେ ଡ଼ଃ ସୃତି ମହାପାତ୍ରଙ୍କ ‘ସ୍ୱାଭିମାନ’ ସଂସ୍ଥା ପକ୍ଷରୁ ମେରୁଦଣ୍ଡ ଆଘାତ ରୋଗୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories