www.samajalive.in
Sunday, December 14, 2025
16.1 C
Bhubaneswar

ମାନସିକ ଭିନ୍ନକ୍ଷମ ଯୁବତୀ ସହ ଶାରୀରିକ ସମ୍ପର୍କ ; ସନ୍ତାନ ଜନ୍ମ ପରେ ପ୍ରେମିକ ଫେରାର

ଫୁଲବାଣୀ : ପ୍ରଥମେ ଅସହାୟତାର ସୁଯୋଗ ନେଇ ପ୍ରେମ କରିବା ଓ ପରେ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଵା। ପରେ ଯୁବତୀ ଜଣକ ଗର୍ଭବତୀ ହେବା ଓ  ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲା ପରେ ସମ୍ପୃକ୍ତ ପ୍ରେମିକ ଫେରାର ହୋଇଯିଵା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣା ଘଟିଛି ଫିରିଙ୍ଗିଆ ଥାନା ଅଞ୍ଚଳରେ ଓ ଘଟଣା କୁନେଇ ସାରା ଅଞ୍ଚଳରେ ଏବେ ଚର୍ଚ୍ଚା ଚାଲିଛି । ପୀଡିତା ଯୁବତୀ ଓ ତାଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଫିରିଙ୍ଗିଆ ଥାନା ପାଙ୍ଗା ଉପରସାହି ପଞ୍ଚାୟତରେ ଏହି ଘଟଣା ଘଟିଥିବା ବେଳେ ମାନସିକ ଭିନ୍ନକ୍ଷମ ଯୁବତୀ ଏନେଇ ଥାନାରେ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ବାଲିଗଟା ଗାଁର ପୂର୍ଣଚନ୍ଦ୍ର କହଁର ନାମକ ଜଣେ ଯୁବକ ସେହି ଗାଁର ଜନୈକା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଏହାପରେ ଯୁବକ ଜଣକ ତାଙ୍କୁ ଆଉ ଧରାଛୁଆଁ ଦେଇ ନ ଥିଲେ। ଇତି ମଧ୍ୟରେ ପୀଡିତା ଯୁବତୀ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଵା ପରେ ତାଙ୍କୁ ଫିରିଙ୍ଗିଆରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଅଭିଯୁକ୍ତ ଯୁବକ ଏହି ନବଜାତ ସନ୍ତାନକୁ ଗ୍ରହଣ କରିବା ପାଇଁ ରାଜି ହେଉ ନଥିବାରୁ ଚିନ୍ତାରେ ପଡିଛନ୍ତି ପୀଡିତା ଯୁବତୀ ଓ ପରିବାର ଲୋକେ । ଶେଷରେ କୌଣସି ଉପାୟ ନପାଇ ପରିବାର ସହ ନ୍ୟାୟ ପାଇଁ ଫିରିଙ୍ଗିଆ ଥାନାରେ ସମ୍ପୃକ୍ତ ଯୁବକ ବିରୋଧରେ ଏକ ଲିଖିତ ଏତାଲା ଦେଇ କାର‌୍ୟ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories