www.samajalive.in
Saturday, December 13, 2025
17.1 C
Bhubaneswar

ମହିଳାଙ୍କ ଦକ୍ଷତା ବିନିଯୋଗ ଜରୁରୀ : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : ଓଡ଼ିଶାର ମହିଳାମାନେ ସବୁକ୍ଷେତ୍ରରେ ଭଲ କାମ କରିବା ସହିତ ଓଡ଼ିଶା ପାଇଁ ସୁନାମ ଅର୍ଜନ କରୁଛନ୍ତି। ଓଡ଼ିଶାର ପ୍ରଗତି ପାଇଁ ମହିଳାଙ୍କ ଦକ୍ଷତାର ବିନିଯୋଗ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ବ୍ରହ୍ମପୁର ଖଲ୍ଲିକୋଟ ଷ୍ଟାଡିୟମଠାରେ ଶନିବାର ଅପରାହ୍ନରେ ବ୍ରହ୍ମପୁର ସହରର ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିସ୍ଥାପନ ଅବସରରେ ଜନସଭାକୁ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ମହିଳାଙ୍କ ବିକାଶ ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି। ପଞ୍ଚାୟତିରାଜ,ମିଶନଶକ୍ତି ସମେତ ଅନ୍ୟାନ୍ୟ କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ନିକଟରେ ବିଧାନସଭାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ତାଙ୍କ ସରକାର ଏକ ପ୍ରସ୍ତାବ ଗୃହୀତ କରି କେନ୍ଦ୍ର ନିକଟକୁ ପଠାଇଛନ୍ତି। ମହିଳାଙ୍କ ଦକ୍ଷତାର ବିନିଯୋଗ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବ୍ରହ୍ମପୁର ବିଧାୟକ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ସଭାରେ ଉଦ୍‍ବୋଧନ ଦେଇ ବିଭିନ୍ନ ପ୍ରକଳ୍ପ ଉଦ୍‍ଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଜିଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ଡ.ପ୍ରଦୀପକୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଉଷା ଦେବୀ, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ,ଆସିକା ବିଧାୟକ ଦେବରାଜ ମହାନ୍ତି, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଜିଲା ପରିଷଦ ଅଧ୍ୟକ୍ଷ ସୁବାସଚନ୍ଦ୍ର ବେହେରା, ବିଡିଏ ଅଧ୍ୟକ୍ଷ ସୁବାସଚନ୍ଦ୍ର ମହାରଣା ପ୍ରମୁଖ ସଭାରେ ମଞ୍ଚାସୀନ ଥିଲେ। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ,ବ୍ରହ୍ମପୁର ଏସ୍‍ପି ପିନାକ ମିଶ୍ର, ବିଏମ୍‍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସଭାରେ ଉପସ୍ଥିତ ଥିଲେ। ଷ୍ଟାଡିୟମଠାରେ ମଖ୍ୟମନ୍ତ୍ରୀ ବିଏମ୍‍ସିର ମୋଟ ୧୧୪କୋଟି ଟଙ୍କାର ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିସ୍ଥାପନ କରିଥିଲେ। ଗରିବଙ୍କ ପାଇଁ ଆଶ୍ରୟସ୍ଥଳୀ, ଜୀବିକାମିଶନ କାର୍ଯ୍ୟକ୍ରମ, ଗୋପଳପୁର ଓଭରବ୍ରିଜ ଆଲୋକୀକରଣ, ୨ଟି ୱାଟର ଏଟିଏମ୍‍, ୯ଟି ଜଳଛାୟା ପ୍ରକଳ୍ପ, ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ ଏବଂ ସିଟି ୱାଇଫାଇ ବ୍ୟବସ୍ଥାର ଉଦ୍‍ଘାଟନ କରିଥିବାବେଳେ ସ୍ୱୟଂଚାଳିତ ଟ୍ରାଫିକ ଲାଇଟିଂ ଓ ନିରୀକ୍ଷଣ ବ୍ୟବସ୍ଥା ସମେତ ୧୯ଟି ପ୍ରକଳ୍ପର ଭିତ୍ତିସ୍ଥାପନ କରିଥିଲେ। ଏହାସହିତ ୪୧୫ଜଣଙ୍କୁ ମଧୁବାବୁ ପେନସନ, ୩୭ଜଣଙ୍କୁ ରାଜୀବ ଆବାସ ଏବଂ ୨୪୩ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନ କରାଯାଇଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୋପାଳପୁର ଜଙ୍କସନ ଓଭରବ୍ରିଜକୁ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ସହରର ପୁଲିସ ଛାଉଣି ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକକୁ ବନ୍ଦ କରିଦିଆଯିବା ଯୋଗୁ ସହରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‍ ହୋଇଯାଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories