www.samajalive.in
Wednesday, December 10, 2025
18.1 C
Bhubaneswar

ମୁଁ ରାଜ୍ୟର ପ୍ରଥମ ସେବକ: ରାଜ୍ୟପାଳ

ପାରଳାଖେମୁଣ୍ଡି : ମୁଁ ରାଜ୍ୟର ପ୍ରଥମ ସେବକ। ମୁଁ ଓ ପ୍ରତିଟି ଅଧିକାରୀ ମଧ୍ୟ ଓଡ଼ିଶା ରାଜ୍ୟର ଜନଗଣଙ୍କ ଜଣେ ଜଣେ ସେବକ। ଲୋକଙ୍କ ସେବା ସହ ସେମାନଙ୍କ ଦୁଃଖକଷ୍ଟ ଦୂର କରିବା ସେବକଙ୍କ କାମ ବୋଲି କହିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ। ତିତଲି ବାତ୍ୟାରେ ଧନଜୀବନ କ୍ଷୟକ୍ଷତି ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ରାଜ୍ୟ ସରକାର ମଧ୍ୟ ମୃତକଙ୍କ ପରିବାରକୁ ଯାହା ସହାୟତା ଓ ସାହାଯ୍ୟ କରିବା କଥା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି। ଯଦି ସେଭଳି କେହି ବ୍ୟକ୍ତିବିଶେଷ ସହାୟତାରୁ ବଞ୍ଚିତ ଅଛନ୍ତି କିମ୍ବା କଷ୍ଟରେ କାଳାତିପାତ କରୁଛନ୍ତି ସେଭଳି ଲୋକଙ୍କ ସମ୍ପର୍କରେ ଆପଣମାନେ ମୋ ନଜରକୁ ଆଣିଲେ ମୁଁ ଜିଲାପାଳଙ୍କ ଜରିଆରେ ଦୁଃଖମୋଚନ କରିବାକୁ ଧ୍ୟାନ ଦେବି। ଆମେ ସମସ୍ତେ ଏକ। ପରସ୍ପର ପରସ୍ପରର ବନ୍ଧୁ। କାହାକୁ କେବେ କିଛି ବି କଷ୍ଟ ନହେଉ। ଓଡ଼ିଶାର ଜନସାଧାରଣ ଖୁସିରେ ସମୃଦ୍ଧ ଜୀବନଯାପନ ବିତାନ୍ତୁ ବୋଲି ଦିନିକିଆ ଗଜପତି ଜିଲା ଗସ୍ତରେ ଆସି ଜିଲାର ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ବାହାରେ ଅପେକ୍ଷାରତ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ରାଜ୍ୟପାଳ ଏହା କହିଛନ୍ତି।
ଗଜପତି ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଅଧିକାରୀଙ୍କ ସହ ମହାମହିମ ରାଜ୍ୟପାଳ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଦକ୍ଷତା ବିକାଶ, ତିତଲି ବାତ୍ୟାଜନିତ କ୍ଷୟକ୍ଷତି ଏବଂ ରିଲିଫ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।
ଆଲୋଚନା ବେଳେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ, ଗଜପତି ଜିଲାପାଳ ଅନୁପମ ଶାହା, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଡିଆରଡିଏ ପିଡି ଚଞ୍ଚଳ ରଣାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories