www.samajalive.in
Monday, December 8, 2025
24.1 C
Bhubaneswar

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି

ନୂଆଦିଲ୍ଲୀ : ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ମୁଖ୍ୟ ଅତିଥି ଖୋଜା ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମପୋସା ଏହି ଉତ୍ସବର ମୁଖ୍ୟ ଅତିଥି ହେବେ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଉତ୍ସବରେ ଅତିଥି ହେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ପରେ ମାସାଧିକ କାଳ ଧରି ଅତିଥି ଖୋଜା ଚାଲିଥିଲା। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସିରିଲ ଭାରତର ନିମନ୍ତ୍ରଣ ରକ୍ଷା କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ତଥା ମାଡିବାର ଶହେ ପର୍ଷ ପାଳନ ଅବସରରେ ସିରିଲଙ୍କ ଆତିଥ୍ୟ ମହତ୍ତ୍ୱପୂର୍ଣ୍ଣ। ସେ ମହାତ୍ମାଙ୍କର ଜଣେ ବଡ଼ ଅନୁଗାମୀ। କିଛି ମାସ ପୂର୍ବେ ସେ ୫ହଜାର ଲୋକଙ୍କ ସହିତ ଜୋହାନ୍ସବର୍ଗ ନିକଟସ୍ଥ ଲୋନାସିଆଠାରେ ଆୟୋଜିତ ବାର୍ଷିକ ଗାନ୍ଧୀ ପଦଯାତ୍ରାରେ ସାମିଲ ହୋଇଥିଲେ। ସ୍ୱାସ୍ଥ୍ୟ ଓ ପରିମଳ ସଚେତନତା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସିରିଲ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ନେତା; ଯେ କି ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ। ପୂର୍ବରୁ ଦେଶର ମହାନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ନେଲସନ ମାଣ୍ଡେଲା ୧୯୯୫ରେ ଏହି ଉତ୍ସବରେ ଯୋଗଦାନପୂର୍ବକ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୂର୍ବରୁ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିରିଲଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ସହ ଦ୍ୱିପାକ୍ଷିକ ସହଯୋଗ ନେଇ ବୁଝାମଣା ହୋଇଥିଲା।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories