www.samajalive.in
Saturday, December 13, 2025
26.1 C
Bhubaneswar

ଟିପ୍ପର-ବାଇକ ଧକ୍କା: ଜଣେ ମୃତ, ୨ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ଲକ୍ଷ୍ମୀନଗର ନିକଟରେ ଟିପର ସହ ବାଇକ ଧକ୍କାରେ ଗଜେନ୍ଦ୍ର ମାଝୀ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର । ରାୟଗଡ଼ାଠାରୁ ଏକ ଟିପରରେ ଚିପସ ବୋଝେଇ କରି କଲ୍ୟାଣସିଂହପୁର ଅଭିମୁଖେ ଆସୁଥିବା ବେଳେ ଅନ୍ୟ ପାର୍ଶ୍ୱ ବା କଲ୍ୟାଣସିଂହପୁର ଦେଇ ଓଡ଼ି ୦୮ ବି ୩୫୪୧ ନମ୍ବର ଏକ ବାଇକରେ ତିନି ଜଣ ଯୁବକ ରାୟଗଡା ଅଭିମୁଖେ ଯାଉଥିବା ସମୟରେ ସିକରପାଇ ନିକଟସ୍ଥ ଲକ୍ଷ୍ମୀନଗର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିବାରୁ ତିନି ବାଇକ ଆରୋହି ଫିଙ୍ଗି ହୋଇଥିଲେ । ଉକ୍ତ ଘଟଣାକୁ ଅଞ୍ଚଳବାସୀ ଦେଖି ପୁଲିସ, ଅଗ୍ନିଶମ ଓ ରୋଗିବୁହା ଗାଡ଼ିକୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳରେ ଗଜେନ୍ଦ୍ର ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ଅଗ୍ନିଶମ କର୍ମଚାରୀ ମାନେ ଉଦ୍ଧାର କରି ରୋଗିବୁହା ଗାଡ଼ିରେ ସିକର ପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେହି ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ରୋଗିବୁହା ଗାଡ଼ିରେ ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ସୂଚନା ମିଳିଛି । ମୃତ ଯୁବକ ଗଜେନ୍ଦ୍ର ମାଝୀ ହୋଇଥିବା ବେଳେ ଦୁଇ ଗୁରୁତରଙ୍କ ପରିଚୟ ମିଳିନଥିବାରୁ ସେମାନେ କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଗୁଣୁପୁର ପଞ୍ଚାୟତର ସାଇସୁରୁଣୀ ଗାଁର ବୋଲି ସୂଚନା ମିଳିଛି । ପୁଲିସ ଏସଆଇ ସଞ୍ଜୟ କୁମାର ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories