www.samajalive.in
Wednesday, December 10, 2025
14.1 C
Bhubaneswar

ଓଡିଶା ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଅବସରରେ ବାଇକ୍ ରାଲି ଆୟୋଜିତ

ଭୁବନେଶ୍ୱର : ବର୍ତମାନ ଜାରି ରହିଥିବା ଓଡିଶା ଜିରୋ ଫାଟାଲିଟି ୱିକ୍ ବା ଓଡିଶା ଶୂନ୍ୟ ମୃତ୍ୟୁ ସପ୍ତାହର ଅଂଶ ଭାବେ ଡାଇରେକ୍ଟୋରେଟ୍ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଙ୍ଗ (ଡିଏମ୍‌ଇଟି) ପକ୍ଷରୁ ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍ (ଜେଡ୍‌ଏଚ୍‌ଏଲ୍‌)  ମିଳିତ   ବାଇକ୍ ରାଲି ଆୟୋଜିତ ହୋଇଯାଇଛି । ଏହି ରାଲିର ଲକ୍ଷ୍ୟ ହେଉଛି ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଦାୟିତ୍ୱପୂର୍ଣ୍ଣ ଚାଳନା ଅଭ୍ୟାସକୁ ପ୍ରୋତ୍ସାହିତ କରିବା । ଏହି ଅବସରରେ ଜେଡଏଚଏଲ ଏବଂ ଡିଏମ୍‌ଇଟିର କର୍ମକର୍ତାବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ଆଡିସ୍‌ନାଲ ଡିଏମ୍‌ଇଟି, ଓଡିଶା, ପରିଚାଳନା ନିର୍ଦ୍ଦେଶକ ପ୍ରଫେସର (ଡଃ) ୟୁ କେ ଶତପଥୀ ସଡକ ସୁରକ୍ଷା ସୁନିଶ୍ଚିତ କରିବା କ୍ଷେତ୍ରରେ ସାମଗ୍ରିକ ପ୍ରୟାସର ମହତ୍ୱକୁ ଗୁରୁତ୍ୱ ଦେଇ ଔପଚାରିକ ଭାବେ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଇକର୍‌, କମ୍ୟୁନିଟି ଲିଡର ଓ ସଡକ ସୁରକ୍ଷାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନଙ୍କଠାରୁ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।

- Advertisement -

ଅଂଶଗ୍ରହଣକାରୀମାନେ ଏକ ଯାତ୍ରା ଆରମ୍ଭ କରିଥିଲେ ଯାହା ସେମାନଙ୍କୁ ଡିଏମ୍‌ଇଟି କାର୍ଯ୍ୟାଳୟ-ନତାଲା, ଏଜି ଛକ, ପାୱାର ହାଉସ୍ ଛକ, ରୁପାଲି ଛକ, ରାମ ମନ୍ଦିର ଓ ନାଲ୍‌କୋ ଛକ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନେଇଥିଲା । ଏହି ସ୍ଥାନଗୁଡିକର ରଣନୈତିକ ଚୟନ ସଚେତନତା ବୃଦ୍ଧି କରିବା ଏବଂ ଅତ୍ୟଧିକ ଗହଳିପୂର୍ଣ୍ଣ ଅଂଚଳଗୁଡିକରେ ସୁରକ୍ଷା ନିୟମଗୁଡିକର କଡାକଡି ଭାବେ ଅନୁପାଳନର ଆବଶ୍ୟକତାକୁ ରେଖାଙ୍କିତ କରିଥିଲା । ସଡକ ସୁରକ୍ଷାକୁ ପ୍ରାଥମିକତା ଦେବା ଏବଂ ପ୍ରତିରୋଧଯୋଗ୍ୟ ଦୁର୍ଘଟଣାଗୁଡିକୁ ହ୍ରାସ କରିବା ପାଇଁ ଏକ ମିଳିତ ପ୍ରୟାସରେ ଓଡିଶା ଶୂନ୍ୟ ମୃତ୍ୟୁ ସପ୍ତାହକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଉଛି ଏବଂ ସମୁଦାୟଗୁଡିକୁ ଏକ ସାଧାରଣ କାରଣ ପାଇଁ ଏକତ୍ରିତ ହେବାକୁ ଆବେଦନ କରାଯାଉଛି ।

ଏହି ଅବସରରେ ଆଡିସ୍‌ନାଲ ଡିଏମ୍‌ଇଟି, ଓଡିଶାର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର (ଡଃ) ୟୁ କେ ଶତପଥୀ କହିଛନ୍ତି, ‘ପ୍ରତି ବର୍ଷ ଦୁର୍ଘଟଣାରେ ପୀଡିତ ୪୦ରୁ ୫୦% ବ୍ୟକ୍ତି ଗୁରୁତର ଆହତ ହେଉଛନ୍ତି । ସର୍ବାଧିକ ପ୍ରଭାବିତ ବର୍ଗରେ ଯୁବପିଢି ରହିଛନ୍ତି, ଯାହା ଆମ ପାଇଁ ବହୁତ ବଡ କ୍ଷତି ଅଟେ । ଏହି ବାଇକ୍ ରାଲିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡକ ସୁରକ୍ଷା ଓ ସୁରକ୍ଷିତ ଚାଳନା ଅଭ୍ୟାସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଲୋକମାନେ ସଡକରେ ଗାଡି ଚଳାଇବା ସମୟରେ ନିଜର ଦାୟିତ୍ୱକୁ ଭଲ ଭାବରେ ବୁଝିବା ଉଚିତ । ଏହି ରାଲି ଅନ୍ୟମାନଙ୍କୁ ସଡକ ସୁରକ୍ଷା ନିୟମଗୁଡିକୁ ଗମ୍ଭୀର ଭାବେ ଅନୁସରଣ କରିବା ପାଇଁ ପ୍ରୋତ୍ସାହିତ କରିବ । ଏହି ପଦକ୍ଷେପ ବ୍ୟକ୍ତି, ସମୁଦାୟ ଓ ସଂଗଠନଗୁଡିକୁ ସଡକ ସୁରକ୍ଷାକୁ ସକ୍ରିୟ ରୂପେ ପ୍ରାଥମିକତା ଭାବେ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରୁଛି ଏବଂ ସୁରକ୍ଷିତ ଗାଡିଚାଳନା ଅଭ୍ୟାସର ମହତ୍ୱକୁ ଆଲୋକପାତ କରୁଛି ।

ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷାପୂର୍ଣ୍ଣ ଗାଡିଚାଳନା ଅଭ୍ୟାସ, ଅନ୍ୟମନସ୍କ ହୋଇ ଗାଡି ଚଳାଇବାର ଭୟଙ୍କର କ୍ଷତି ଓ ଟ୍ରାଫିକ୍ ନିୟମ ପାଳନ କରିବାର ମହତ୍ୱ ଉପରେ ଅଂଶଗ୍ରହଣକାରୀଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ସାମିଲ ରହିବ । ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ସଚେତନତା ଅଭିଯାନ, ରକ୍ତାଦାନ ଶିବିର, ଉତମ ସାହାଯ୍ୟକାରୀ ନୀତିକୁ ପ୍ରୋତ୍ସାହିତ କରିବା ଆଦି ସାମିଲ ରହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories