www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱ ମୃତ୍ତିକା ଦିବସ ; ମାଟି ଓ ପାଣି ଜୀବନର ମୂଳ ଉତ୍ସ

ହରଭଙ୍ଗା : ମାଟି ,ପାଣି ବିନା ଚାଷ ଯେପରି ଅସମ୍ଭବ। ଠିକ ସେହିପରି ମୃତ୍ତିକା ଏବଂ ପାଣିର ସୁସ୍ଥ ସ୍ୱାସ୍ଥ୍ୟ ଏବଂ ସଂରକ୍ଷଣ ବିନା ଖାଦ୍ୟ ଶସ୍ୟର ଉତ୍ପାଦନ ଅସମ୍ଭବ। ମାଟି ଓ ପାଣି ଜୀବିତ ରହିଲେ ଅର୍ଥାତ୍ ମାଟିର ଉତ୍ପାଦନ କ୍ଷମତା ସାଙ୍ଗକୁ ଜଳର ସଂରକ୍ଷଣ ଓ ଶୁଦ୍ଧତା ସୁରକ୍ଷା ହୋଇପାରିଲେ ଏହା ଉଦ୍ଦିଦ, ପ୍ରାଣୀ,ଏବଂ ମନୁଷ୍ୟମାନଙ୍କ ଜୀବନଧାରଣ ଦିଗରେ ସହାୟକ ହେବ। ଠିକ ସେହିପରି ଆଗକୁ ଜୀବନ ବଂଚାଇବାକୁ ହେଲେ ମାଟି ଆଉ ପାଣିର ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ଅର୍ଥାତ୍ ଏହାର ସଂରକ୍ଷଣ ପ୍ରତି ଯଥେଷ୍ଟ ସଚେତନ ଏବଂ ଯତ୍ନବାନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୃତ୍ତିକାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗତ ୫ ଡିସେମ୍ବର ୨୦୧୩ରେ ବିଶ୍ୱ ମୃତ୍ତିକା ଦିବସ ପାଳନ ପାଇଁ ଘୋଷଣା କରାଗଲା। ପ୍ରଥମ ବିଶ୍ୱ ମୃତିକା ଦିବସ ୫ ଡିସେମ୍ବର ୨୦୧୪ରେ ପାଳନ କରା ଯାଇଥିଲା। ମୃତ୍ତିକାର ଜୀବିତ କ୍ଷମତା ମଣିଷ ,ପ୍ରାଣୀ,ଉଦ୍ଦିଦ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୃଦୟଙ୍ଗମ ପରେ ଗତ ୨୦୧୫ରେ ତାଙ୍କ ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଭଳି ମହତ୍ୱାଙ୍କାକ୍ଷୀ ଯୋଜନା ସାରା ଦେଶରେ ଶୁଭାରମ୍ଭ କରାଗଲା। ଯାହାଦ୍ୱାର ଚାଷ ଓ ଚାଷୀଙ୍କ ସୁରକ୍ଷା ସହିତ ଖାଦ୍ୟଶସ୍ୟର ଅଧିକ ଅମଳ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ। କୃଷିକାର୍ଯ୍ୟ ନିମନ୍ତେ ମାଟି ହେଉଛି ପ୍ରଥମ ଆବଶ୍ୟକତା। ମାଟି ବିନା କୃଷିକାର୍ଯ୍ୟ ଅସମ୍ଭବ କହିଲେ ଚଳେ। ମାଟିରେ ଥିବା ବିଭିନ୍ନ ପୋଷକତ୍ୱ, ଅଣୁସାର, ଖାଦ୍ୟସାର, ଖଣିଜ ଲବଣ, ପରୋପକାରୀ ଅଣୁଜୀବ ଗଛଟିକୁ ଖାଦ୍ୟପଦାର୍ଥ ଯୋଗାଇ ତାର ସମ୍ପୂର୍ଣ୍ଣ ବିକାଶରେ ସାହାଯ୍ୟ କରିଥାଏ।
କିନ୍ତୁ ରାସାୟନିକ ସାର, କୀଟନାଶକ ଓ ତୃଣନାଶକ ଦ୍ରବ୍ୟର ମନଇଛା ପ୍ରୟୋଗ ଫଳରେ ସୁସ୍ଥ ମାଟି ଅସୁସ୍ଥ ହୋଇପଡେ। ଶେଷରେ ନିଜର ଉର୍ବରତା ହରାଇ ବସେ, ଫଳରେ ଫସଲ ଅମଳ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଚାଷୀର ରୋଜଗାର ହ୍ରାସ ପାଇଥାଏ। ଯାହାଫଳରେ ଚାଷୀକୁ ଆର୍ଥକ କ୍ଷତି ସହିବାକୁ ପଡିଥାଏ। ଏହାକୁ ଦୃଷ୍ଟିରେ ରଖି ବର୍ତମାନ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷାକୁ ଆଗ୍ରାଧିକାର ଦିଆଯାଉଛି। ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଏହାର ମାନ ଅନୁସାରେ ସମ୍ମନ୍ୱିତ ଖାଦ୍ୟସାରର ପରିଚାଳନା ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ଅନୁଯାୟୀ ଚାଷୀର ଜମିରୁ ମାଟି ନମୁନା ସଂଗ୍ରହ କରି ମୃତ୍ତିକା ରାସାୟନବିତ କାର୍ଯ୍ୟାଳୟରେ ମୃତ୍ତିକାର ଅମ୍ଲତା, ଲବଣାଂଶ, ଉପଲବ୍ଧ ଯବକ୍ଷାରଯାନ, ପଟାସ୍, ଫସଫରସ ଏବଂ ବିଭିନ୍ନ ଅଣୁପୋଷକର ପରୀକ୍ଷା କରାଯାଇ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ ଭଳି ଏକ ମହତ୍ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି କାର୍ଡ ଅନୁସାରେ ଚାଷୀ ନିଜ ଜମିରେ ଜୈବିକ ସାର, ଖତସାରର ପ୍ରୟୋଗ କରି ଅଧିକ ଅମଳ ପାଇବାକୁ ସକ୍ଷମ ହୋଇଥାଏ। ମାଟିର ସୁରକ୍ଷିତ ଜୀବନ ସାଙ୍ଗକୁ ମାଟିର ସୁସ୍ଥ ସ୍ୱାସ୍ଥ୍ୟ ଯତ୍ନ ନେବା ବିଶ୍ୱ ମୃତ୍ତିକା ଦିବସରେ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ। ମୃତ୍ତିକାର ସୁରକ୍ଷା ପାଇଁ ଜୈବିକ କୃଷି, ଆଛାଦିତ କୃଷି ,ସୁସ୍ଥ ମାଟିର ବୃଦ୍ଧି ସାଙ୍ଗକୁ ଜଳ ସଂରକ୍ଷଣ ସାଙ୍ଗକୁ ଜଳ ପ୍ରଦୂଷଣ ରୋକିବା ବର୍ତମାନ ସମୟରେ ଏକ ବଡ ଆହ୍ୱାନ ସୃଷ୍ଟି ହୋଇଛି। ମାଟି ଓ ପାଣି ସମଗ୍ର ଜୀବଜଗତ ଜୀବନ ଧାରଣ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ଏହାର ସଂରକ୍ଷଣ ଏବଂ ପ୍ରଦୂଷଣ ସମସ୍ତଙ୍କ ପାଇଁ ବଡ ଆହ୍ୱାନ ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories