ପିପିଲି: ପିପିଲି ହାଟଛକଠାରେ ସୋମବାର ସନ୍ଧ୍ୟାରେ ଏକ ବ୍ୟାଟେରୀ ଚାଳିତ ସ୍କୁଟି ଜଳିଯାଇଛି। ଚାଳକ ଗାଡ଼ି ଚଲାଇ ଆସୁଥିବା ବେଳେ ହଠାତ ସ୍କୁଟିରୁ ଧୂଆଁ ବାହାରିଥିଲା। ଏହା ଦେଖି ଚାଳକ ଜଣକ ସ୍କୁଟିକୁ ରାସ୍ତା କଡରେ ରଖି ଗାଡ଼ିରୁ ଓହ୍ଲାଇ ପଡ଼ିବା କ୍ଷଣି ସ୍କୁଟିଟି ହୁତୁ ହୁତୁ ହୋଇ ଜଳିଥିଲା। ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସ୍କୁଟିର କେବଳ ଲୁହା ଫ୍ରେମକୁ ଛାଡି ବାକି ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି।
Popular Categories



