କଣ୍ଟାବାଞ୍ଜି: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ୧୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକମାନେ ହେଲେ ମୁରିବାହାଲ ଥାନା ଖର୍ଜୁରୀ ଗାଁର। ଶ୍ରମିକମାନଙ୍କୁ ଡକରା ଗାଁର ଦାଦନ ସର୍ଦାର ଭୁବନ ନାଗ ଏକ ଓମିନି ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ନେଉଥିଲା। ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଟୁଅନକା ଗାଁ ପାଖରେ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିବା ଜାଣି ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଥାନା ଆଣି ଅଧିକ ତଦନ୍ତ କରିଥିବା ବେଳେ ଗାଡି ଜବତ କରି ଦାଦନ ସର୍ଦାର, ଗାଡି ଚାଳକକୁ ଅଟକ ରଖି ତଦନ୍ତ କରିବା ପରେ ଆନ୍ତଃ ରାଜ୍ୟ ଦାଦନ ଶ୍ରମିକ ପଠାଇବା ପାଇଁ ଆବଶ୍ୟକ କାଗଜ ପତ୍ର ସର୍ଦ୍ଦାର ଦେଖାଇ ନପାରିବାରୁ ପୁଲିସ ଉଭୟଙ୍କ ନାଁରେ ମାମଲା ରୁଜୁ କରିଛି। ସର୍ଦ୍ଦାର ଭୁବନ ନାଗ(୪୯), ଗାଡ଼ି ଚାଳକ ତ୍ରାଣବନ୍ଧୁ ବେହେରା(୪୨)ଙ୍କୁ କେସ୍ ନମ୍ବର ୪୧୩/୨୩ରେ ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି ପୁଲିସ।
Popular Categories



