www.samajalive.in
Saturday, December 13, 2025
14.1 C
Bhubaneswar

ଗଛ ମୂଳରେ ଏବେ ଗଢା ହେଉଛି ୫୨ ଜଣ ଭବିଷ୍ୟତଙ୍କ ଭାଗ୍ୟ

ଠାକୁରମୁଣ୍ଡା:ଆଜିରୁ ଶିଶୁ କାଲିର ନାଗରିକ । ଦେଶର ଭବିଷ୍ୟତ ଅଙ୍ଗନୱାଡ଼ି ରେ ଗଢା ହୁଏ ପିଲାଙ୍କ ମୂଳ ଦୁଆ ଆଉ ତିଆରି ହୁଏ ପିଲାଙ୍କ ଭବିଷ୍ୟତ। ମାତ୍ର ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଲକ ଚଂପାଝର ପଞ୍ଚାୟତ ର ଡଙ୍ଗାଡିହା ବଙ୍ଗାଳ ସାହିରେ କେତେବେଳେ ଖୋଲା ଆକାଶ ତ କେତେବେଳେ ଗଛ ମୂଳେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ ଗଢା। ନା ପଢ଼ିବା ପାଇଁ ଉପକରଣ ଅଛି ନା ମୁଣ୍ଡା ଉପରେ ଛାତ ଅଛି । କୁନି କୁନି ପିଲାଙ୍କ ପାଠ ପଢା ପାଇଁ ଅଙ୍ଗୱାଡ଼ି କେନ୍ଦ୍ରଟିଏ ଅଛି ହେଲେ ବଙ୍ଗାଳ ସାହି ଠାରୁ ଅଢେଇ କିମି ଦୂର ଡଙ୍ଗାଡିହା ଗାଁରେ । ଛୋଟ ଛୁଆ ମାନଙ୍କୁ ଜଙ୍ଗଲ ଦେଇ ଯିବା ଆସିବା ପାଇଁ ଅସୁବିଧା ହେଉଥିବାରୁ ବଙ୍ଗାଳ ସାହିରେ ଏକ ପଡାପୋଷ୍ଟି ଖୋଲି ୬ ମାସ ହେଲାଣି ରାଣୀ ଘଡେଇ ୫୨ ପିଲାଙ୍କୁ ନେଇ ଅଙ୍ଗନୱାଡ଼ି ପିଲାଙ୍କୁ ଖାଦ୍ୟ ଦେବା ସହ ପାଠପଢାଉଛନ୍ତି ।

ତେବେଏହି ଶିମିଳିପାଳ ପାଦଦେଶରେ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଗ୍ରାମାଞ୍ଚଳ ର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଫଳରେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଡ଼ଙ୍ଗାଡ଼ିହା ବଙ୍ଗାଳ ସାହି ର କୁନି କୁନି ପିଲାମାନେ। ସରକାରଙ୍କ ଶିକ୍ଷା ବେବସ୍ଥା ପାଇଁ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ଏଠାରେ ବାସ୍ତବରେ ଚିତ୍ର କିଛି ଅଲଗା। ଏହି ଡଙ୍ଗାଡ଼ିହା ଅଙ୍ଗୱାଡ଼ି କେନ୍ଦ୍ରର ବର୍ତ୍ତମାନ ୫୨ ଜଣ କୁନି କୁନି ପିଲା ଗଛ ମୂଳ ରେ ପାଠ ପଢ଼ୁଛନ୍ତି। ଦୁଃଖ ବିଷୟ ମୋବାଇଲ ସେବା ପାଇଁ ୫ ଦୂର ଭେଜିଡିହା କୁ ଯିବାପାଇଁ ପଡୁଛି ।

- Advertisement -

ଗ୍ରାମବାସୀ ଙ୍କ ଅଭିଯୋଗ ବଙ୍ଗାଳୀ ସାହି ରେ ନୂଆ ଅଙ୍ଗନୱାଡ଼ି କେନ୍ଦ୍ର ଟିଏ ତିଆରି ହେଲେ ପିଲାଙ୍କ ଭବିଷ୍ୟତ ଗଢା ହୋଇପାରନ୍ତା। ଗ୍ରାମବାସୀ ଏ ନେଇ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜି ଛି। ଏନେଇ ଗ୍ରାବାସୀ କହିଛନ୍ତି ଯେ ସ୍ଥାନୀୟ ନିର୍ବାଚନ ପ୍ରତିନିଧି ସରପଞ୍ଚ ଠାରୁ ବିଧାୟିକା ପର୍ଯ୍ୟନ୍ତ ପଲ୍ଲିସଭା, ଗ୍ରାମସଭା କରିବା ସହ ବିଡ଼ିଓ, ସିଡିପିଓ ଙ୍କୁ ଅବଗତ କରାଇଛନ୍ତି । ସେମାନଙ୍କ କଥା କୁ ଗୁରୁତ୍ୱ ନ ଦେବାରୁ ଆଗମୀ ଦିନ ରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମର ୱାର୍ଡ ମେମ୍ବର ଶାନ୍ତି ବଦ୍ରା,ଲଡୁ ଵଦ୍ରା, ରେଣା ବଦ୍ରା, ତୁଳସୀ ବଦ୍ରା, ସରସ୍ଵତୀ ଲାମାଇ ଓ ଅନ୍ୟ ଗ୍ରାମବାସୀ ଦୁଃଖର ସହ ପ୍ରକାଶ କରିଛନ୍ତି। ତେବେ ଏବିଷୟରେ ଠାକୁରମୁଣ୍ଡା ବ୍ଲକ ସିଡିପିଓ ପ୍ରେମଲତା ସେଠି ଙ୍କୁ ପଚାରିବାରୁ ସେ କହିଲେ ୬ ମାସ ପାଖାପାଖି ହେବ ଏଭଳି ବ୍ଲକ ଅଞ୍ଚଳରେ ୨୮ଟି ପଡାପୁଷ୍ଟି ଖୋଲାଯାଇଛି କିନ୍ତୁ ପୃଷ୍ଟି ସଖିମାନଙ୍କ ପାଇଁ ପଇସା ଆସିନାହିଁ ଦିଆଯିବ , ଏବିଷୟରେ ଜିଲ୍ଲାପ୍ରଶାସନକୁ ଜଣାଇଦିଆଯାଇଛି ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories