www.samajalive.in
Sunday, December 14, 2025
15.1 C
Bhubaneswar

ମୁନା ମିଶାଲ , ନକଲି ଆଇ.ଏ.ଏସ୍‌ ଅଫିସର୍‌ – ନାବାଳିକାଙ୍କୁ ଫସାଇ ଗିରଫ

ଫୁଲବାଣୀ : ପ୍ରଥମେ ନିଜକୁ ଜଣେ କନିଷ୍ଠ ଯନ୍ତ୍ରୀ ଓ ପରେ ଜଣେ ଆଇ.ଏ.ଏସ୍‌ ଅଧିକାରୀ ଭାବେ ପରିଚୟ ଦେଇ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ପକାଇ ଏବେ ହରଡ଼ ଘଣାରେପଡ଼ିଛନ୍ତି ଜଣେ ଯୁବକ । ନାବାଳିକାଙ୍କ ପରିବାର ଏତଲା ପ୍ରକାରେ ଉକ୍ତ ଯୁବକଙ୍କ କୋଟଗଡ଼ ପୁଲିସ୍‌ ଗିରଫ କରିଛି । ଗିରଫ ଜଣକ ହେଲେ ମୁନା ମିଶାଲ୍‌ ବୋଲି କୋଟଗଡ଼ ଥାନା ସୂତ୍ରରୁ ପ୍ରକାଶ । ମିଳିଥିବା ସୂଚନା ପ୍ରକାରେ ,ପ୍ରଥମେ ନିଜକୁ ଜଣେ କନିଷ୍ଠଯନ୍ତ୍ରୀ ଭାବେ ପରିଚୟ ଦେଇ ଜଣେ ନାବାଳିକାଙ୍କୁ କୌଣସି ପ୍ରକାର ଫୋନ୍‌ ମାଧ୍ୟରେ ଗିରଫ ଯୁବକ ଜଣକ ପ୍ରେମ ନିବେଦନ କରିବା ସହିତ ଧିରେ ଧିରେ ପ୍ରେମ ସୁଦୃଢ ହୋଇ ଚାଲିଲା । ଏପରିକି ଯୁବକ ଜଣକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇବା ସହିତ ନାବାଳିକାଙ୍କ ପରିବାରକୁ ମଧ୍ୟ ବିଶ୍ୱାସ ଜମାଇବାରେ ସକ୍ଷମ ହୋଇଥିଲେ । ପରିବାର ଲୋକଙ୍କ ବିଶ୍ୱାସ ଜିତିବା ପରେ ଯୁବକ ଜଣକ ମନ୍ଦଉଦ୍ଦ୍ୟେଶ ରଖି ନାବାଳିକାଙ୍କୁ ବିଷମକଟକ ବ୍ଳକର ଶିକବନ୍ଧ ନାମକ ଏକ ଗ୍ରାମରେ ନେଇ ରଖିବା ସହିତ ତାଙ୍କ ସହିତ ସ୍ୱାମୀ-ସ୍ତ୍ରୀର ଅଭିନୟ କରିରହୁଥିଲା । ତେବେ ଶିକବନ୍ଧରେ ରହିବା ପରେ ସେ ନିଜକୁ ମଧ୍ୟ ଜଣେ ଆଇ.ଏ.ଏସ୍‌ ଅଫିସର ବୋଲି ପରିଚୟ ଦେଇ ବିଭିନ୍ନ ପ୍ରକାର ଜାଲ ଦସ୍ତାବିଜ୍‌ ମଧ୍ୟ ନାବାଳିକାଙ୍କୁ ଦେଖାଇ ଆସୁଥିଲା । ଏପରିକି ନିକଟରେ ତାହାର ରାୟଗଡ଼ା ଜିଲାରେ ପୋଷ୍ଟିଂ ହେବ ବୋଲି ମଧ୍ୟ କହି ଆସୁଥିଲା । ତେବେ ଯୁବକ ଜଣକ ଜଣେ ନାବାଳିକାଙ୍କୁ ଆଣି ରଖିଥିବାର କୌଣସି ପ୍ରକାର ଗିରଫ ଯୁବକଙ୍କ ଅସଲ ସ୍ତ୍ରୀ( ବାଲିଗୁଡ଼ା ଥାନା ଅଞ୍ଚଳର) ଖବର ପାଇବା ପରେ ଘଟଣା ପଦାକୁ ଆସିଥିଲା ।

ଯୁବକଙ୍କ ଅସଲ ସ୍ତ୍ରୀ ବାସ୍ତବିକ ଗିରଫ ଯୁବକ ତଥା ତାଙ୍କ ସ୍ୱାମୀଙ୍କର ଅସଲ ଗୁମର ଖୋଲିଥିଲା । କୌଣସି ପ୍ରକାର ବିବାହିତ ସ୍ତ୍ରୀ ଉକ୍ତ ନାବାଳିକାଙ୍କ ଗ୍ରାମରେ ପହଞ୍ଚି ନାବାଳିକାଙ୍କ ପରିବାରକୁ ତାଙ୍କ ସ୍ୱାମୀଙ୍କର ସବୁ ଅସଲ କଥା ଜଣାଇଥିଲା । । ସତ୍ୟ ଘଟଣା ଜାଣିବା ପରେ ଏନେଇ ନାବାଳିକାଙ୍କ ପରିବାର କୋଟଗଡ଼ ଥାନାରେ ଏକ ଏତଲା ଦେଇଥିବା ବେଳେ ପୁଲିସ୍‌ କେସ ନଂ ୧୬୨ା୨୩ରେ ଏକ ମାମଲା ରୁଜୁକରିବା ସହିତ ତୁରନ୍ତ ଶିକବନ୍ଧ ଗ୍ରାମରେ ପହଞ୍ଚି ଯୁବକକୁ ଗିରଫ କରିବା ସହିତ ନାବାଳିକାଙ୍କୁ ଉଦ୍ଧାର କରିଥିବା ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ସୂଚନା ଦେଇଛନ୍ତି । ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ତଦନ୍ତ ଅଧିକାରୀ ଖିରୋଦ ବେହେରା ପ୍ରକାଶ କରିବା ସହିତ ଗିରଫ ଯୁବକଙ୍କର ପ୍ରକୃତ ନାମ ବୃଷକେତୁ ବାତରା(୨୯) ବୋଲି ତଦନ୍ତରୁ ଜଣାଯାଇଛି ବୋଲି କହିଛନ୍ତି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ଉଦ୍ଧାର ନାବାଳିକାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବାର ସୂଚନା ଦେଇଛନ୍ତି ।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories